You are currently viewing ଚଳିତ ବର୍ଷ ଆଇପିଏଲ ଖେଳିବେନି ରୈନା

ଚଳିତ ବର୍ଷ ଆଇପିଏଲ ଖେଳିବେନି ରୈନା

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ, ପୂର୍ବତନ ଭାରତୀୟ ବରିଷ୍ଠ କ୍ରିକେଟ୍‌ର ତଥା ଚେନ୍ନାଇ ସୁପର କିଙ୍ଗ୍ସର ତାରକା ଖେଳାଳି ସୁରେଶ ରୈନା ପାରିବାରିକ ସମସ୍ୟା କାରଣରୁ ୟୁଏଇରୁ ଭାରତ ଫେରି ଆସିଛନ୍ତି। ସେ ଆଇପିଏଲର ୧୩ତମ ସଂସ୍କରଣ ଖେଳିବେ ନାହିଁ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରୈନାଙ୍କ ପରିବାର ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ରୈନାଙ୍କ ନିକଟତର ସଂପର୍କୀୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମାମୁଁଙ୍କ ମୃତ୍ୟୁ ଘଟିଛି। ରୈନାଙ୍କ ସଂପର୍କୀୟଙ୍କ ଉପରେ ପଠାନକୋଟ୍‌ର ଥରିୟାଲ ଗାଁରେ ମଧ୍ୟରାତ୍ରରେ ଆକ୍ରମଣ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।