You are currently viewing ୨୦୨୧ ପାଇଁ ଦେଶର ‌ସର୍ବୋଚ୍ଚ ବେସାମରିକ ସ୍ବୀକୃତି ପଦ୍ମ ପୁରସ୍କାରର ଘୋଷଣା

୨୦୨୧ ପାଇଁ ଦେଶର ‌ସର୍ବୋଚ୍ଚ ବେସାମରିକ ସ୍ବୀକୃତି ପଦ୍ମ ପୁରସ୍କାରର ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୧ ପାଇଁ ଦେଶର ‌ସର୍ବୋଚ୍ଚ ବେସାମରିକ ସ୍ବୀକୃତି ପଦ୍ମ ପୁରସ୍କାରର ଘୋଷଣା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ପଦ୍ମ ପୁରସ୍କାର ତାଲିକାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ବ ଏବଂ ସମାଜ ପ୍ରତି ବିଶେଷ ଅବଦାନ ଥିବା ଦେଶର ୭ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ଉପାଧି ଲାଗି ମନୋନୀତ କରାଯାଇଛି । ସେଥିମଧ୍ୟରୁ ଓଡ଼ିଶାର ବିଭିନ୍ନ କ୍ଷେତ୍ରରୁ ୬ ଜଣଙ୍କୁ ଏହି ଶୀର୍ଷ ସମ୍ମାନ ଲାଗି ମନୋନୀତ କରାଯାଇଛି।ଓଡ଼ିଶାର ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ଲାଗି ମନୋନୀତ ହୋଇଥିବା ବେଳେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରୁ ରଜତ କୁମାର କର, ନନ୍ଦ ପୁଷ୍ଟି, ସମାଜ ସେବା କ୍ଷେତ୍ରରୁ ଶାନ୍ତି ଦେବୀ ଓ କଳା କ୍ଷେତ୍ରରୁ ପୂର୍ଣ୍ଣମାସୀ ଜାନି ଓ ଚିକିତ୍ସା କ୍ଷେତ୍ରରୁ କୃଷ୍ଣମୋହନ ପାଠୀଙ୍କୁ ପଦ୍ମଶ୍ରୀ ଉପାଧୀ ଲାଗି ଚୟନ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।