You are currently viewing ପୁଣି ୧୩ ପଜିଟିଭ ଚିହ୍ନଟ;୧୦ଦିନ କଲେଜ ବନ୍ଦ

ପୁଣି ୧୩ ପଜିଟିଭ ଚିହ୍ନଟ;୧୦ଦିନ କଲେଜ ବନ୍ଦ

  • Post category:ଓଡିଶା
  • Reading time:1 mins read

କଟକ, କଟକରେ ପୁଣି ଲେଉଟିଲା କରୋନା । କଟକର ଏକ ଘରୋଇ କଲେଜରେ ବୁଧବାର ଦିନ୧୨ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ପୁଣି ଉକ୍ତ କଲେଜରୁ ଆଉ ୧୩ ଜଣ କରୋନା ସକରାତ୍ମକ ଚିହ୍ନଟ ହୋଇଛନ୍ତି । ଏନେଇ ଉକ୍ତ କଲେଜକୁ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛି ସିଏମସି ।
ସୂଚନାଅନୁସାରେ ଉକ୍ତ କଲେଜରେ ହଷ୍ଟେଲରେ ଗୋଟିଏ କରୋନା ପଜିଟଭ ଚିହ୍ନଟ ହେବା ପରେ କିଛି ଛାତ୍ରଛାତ୍ରୀଙ୍କ ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଥିଲା ସେଥିମଧ୍ୟରୁ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ସେମାନଙ୍କର ସଂସ୍ପର୍ଶରେ ଆସିଥିବା ଆଉ ୭୧ ଜଣ ଛାତ୍ରଛାତ୍ରୀଙ୍କ ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଥିଲା ଏବଂ ସେଥିମଧ୍ୟରୁ ୧୩ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।
ତେବେ ଏହି ସଂକ୍ରମଣ ଯେପରି ନବଢ଼େ ଏଥିପାଇଁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ସମସ୍ତଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।