You are currently viewing ୨୦୪୧ ଯାଏ ଗଡିବନି ମେଟ୍ରୋ ଟ୍ରେନ

୨୦୪୧ ଯାଏ ଗଡିବନି ମେଟ୍ରୋ ଟ୍ରେନ

ଭୁବନେଶ୍ୱର, ଭୁବନେଶ୍ୱର-କଟକରେ ଗଡିବନି ମେଟ୍ରୋ ଟ୍ରେନ । ଏନେଇ ଆଜି ବିଧାନସଭାରେ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ମନ୍ତ୍ରୀ କହିଛନ୍ତି ଯେ, ‘୨୦୪୧ ଯାଏ ଭୁବନେଶ୍ବର-କଟକରେ ମେଟ୍ରୋ ଟ୍ରେନ ଚାଲିବା ଅସମ୍ଭବ । ଜନସଂଖ୍ୟା ଆଧାରରେ ଉପଯୁକ୍ତ ଯୋଗ୍ୟତା ନଥିବାରୁ ମେଟ୍ରୋଟ୍ରେନ ସୁବିଧା ଉପଲବ୍ଧ ହୋଇପାରିବ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସର୍ଭେ ହୋଇଥିଲା । ଏହି ସର୍ଭେ ପାଇଁ ୬୪.୬୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ତେବେ ପୁଣି ଥରେ ସର୍ଭେ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ । କଟକରୁ ଚଣ୍ଡୀଖୋଲ ଓ ଭୁବନେଶ୍ବରରୁ ପୁରୀ ଯାଏ ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ଦିଆଯିବ’ । ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।