You are currently viewing ମାତାମଠ ଲେନ୍ ରାସ୍ତାରୁ ମୃତଦେହ ଉଦ୍ଧାର

ମାତାମଠ ଲେନ୍ ରାସ୍ତାରୁ ମୃତଦେହ ଉଦ୍ଧାର

ପୁରୀ-24.04.2021(ଅନନ୍ତ ସିଂ),ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ମାତାମଠ ଲେନ୍ ରାସ୍ତାରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ଡାକ୍ତରଖାନାକୁ ପଠାଇଛି ।
ସୂଚନାଯୋଗ୍ୟ ଯେ, ମାତାମଠ ଲେନ୍ ରାସ୍ତାରେ ଥିବା ଦୁଇଟି କ୍ୟାବିନ ମଝିରୁ ଜଣଙ୍କ ମୃତଦେହକୁ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିନଥିବାବେଳେ କିଏ ତାଙ୍କ ଛାତିକୁ ମାରଣାସ୍ତ୍ରରେ ଆଘାତ କରିବା ଫଳରେ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।  ଯୁବକ ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାକୁ ପଠାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ନାଲି ରଙ୍ଗର ଟି-ସାର୍ଟଟି ରକ୍ତରେ ଭିଜିଯାଇଥିବାବେଳେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଏବଂ ମାରଣାସ୍ତ୍ରର ଆଘାତ ଯୋଗୁଁ ତାର ମୃତ୍ୟୁ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । କିଏ ଏହି ଯୁବକ ଏବଂ ତାଙ୍କୁ କିଏ ମାରି କ୍ୟାବିନ ମଝିରେ ପକାଇଦେଇଛି ପୋଲିସ ତଦନ୍ତ ପରେ ତାହା ସ୍ପଷ୍ଟ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।