You are currently viewing ଆତ୍ମସମର୍ପଣ କଲେ ମାଗଣା ଚିକିତ୍ସା, ହେବନାହିଁ ମାମଲା ରୁଜୁ

ଆତ୍ମସମର୍ପଣ କଲେ ମାଗଣା ଚିକିତ୍ସା, ହେବନାହିଁ ମାମଲା ରୁଜୁ

ମାଲକାନଗିରି-୧୨.୦୫.୨୦୨୧, କରୋନା ସଂକ୍ରମଣ ଦ୍ବିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ମାଓବାଦୀମାନେ ମଧ୍ୟ କରୋନା ମହାମାରୀ ପ୍ରକୋପରୁ ବର୍ତ୍ତିନାହାନ୍ତି। ମାଓବାଦୀମାନେ କରୋନାରେ ଆକ୍ରାନ୍ତ ହେଉଥିବା ଏବଂ ମୃତ୍ୟୁବରଣ କରୁଥିବା ଖବର ସାମ୍ନାକୁ ଆସୁଛି। ତେବେ ଚିକିତ୍ସା ଅଭାବରୁ ସେମାନଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିବା ଓ ମାଓବାଦୀମାନେ ଚଳପ୍ରଚଳ କରୁଥିବା ଅଞ୍ଚଳରେ ବ୍ୟାପିବା ଆଶଙ୍କା ନେଇ ଚିନ୍ତା ପ୍ରକଟ କରିଛନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ । ଏନେଇ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ବାନ କରିଛନ୍ତି ମାଲକାନଗିରି ଏସପି । କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ମାଓବାଦୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମାଲକାନଗିରି ଏସପି ରିଷିକେଶ ଖିଲାରୀ । ଏହା ସହ ଆତ୍ମସମର୍ପଣ କଲା ପରେ ସେମାନଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ କରାଯିବ ନାହିଁ ଏବଂ ସଂପୂର୍ଣ୍ଣ ମାଗଣା ଚିକିତ୍ସା ପ୍ରଦାନ କରାଯିବ ବୋଲି ମଧ୍ୟ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଛତିଶଗଡ଼ ଦନ୍ତେ ୱାଡ଼ା ଜିଲ୍ଲାର ବିଭିନ୍ନ କ୍ୟାମ୍ପରେ ପ୍ରାୟ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଗତକାଲି ସୂଚନା ମିଳିଥିଲା । ତେବେ ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।