You are currently viewing ସରକାରୀ ଯୋଜନା କାହା ପାଇଁ ?

ସରକାରୀ ଯୋଜନା କାହା ପାଇଁ ?

  • Post category:ଓଡିଶା
  • Reading time:1 mins read

ଫୁଲବାଣୀ-୧୭.୦୬.୨୦୨୧(ରଞ୍ଜିତ କୁମାର ଦିଗଲ), ଗରିବକୁ ବାସ ଯୋଗାଇଦେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ଏସବୁ ଯୋଜନା ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନାହିଁ । ଏଭଳି ଏକ ଅଭିଯୋଗ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ଆଡାସିପଡା ପଞ୍ଚାୟତର ବିଦୁଖୋଲ ଗ୍ରାମରୁ ଆସିଛି । ଏହି ଗ୍ରାମର ପ୍ରଦ୍ୟୁମ୍ନ କହଁର ନାମକ ଜଣେ ଗରିବ ଆଦିବାସୀ ଏକ ଝାଟିମାଟି କୁଡିଆରେ ୬ ଜଣ ପ୍ରାଣୀ କୁଟୁମ୍ବ ଧରି ଦୁଃଖ କଷ୍ଟରେ ଜୀବନଯାପନ କରୁଛନ୍ତି । ଅନେକ ବର୍ଷ ସେଠାରେ ରହିବା ପରେ ମଧ୍ୟ ତାଙ୍କୁ ଆବାସ ଯୋଜନାରେ ଏପର୍ଯ୍ୟନ୍ତ ଘର ମିଳିନାହିଁ । ମୁଲ ଲାଗି ଯାହା ପ୍ରଦ୍ୟୁମ୍ନ ଆଣୁଛନ୍ତି ସେଥିରେ ଏତେ ବଡ ପରିବାର ଦି ଓଳି ଦୁଇ ମୁଠା ଖାଇବାକୁ ପାଉନାହାନ୍ତି । ପଞ୍ଚାୟତଠାରୁ ଆରମ୍ଭ କରି ବିଡିଓ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନି । ଏନେଇ ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର କହିଛନ୍ତି ଯେ, ପ୍ରଦ୍ୟୁମ୍ନ ଘର ପାଇବାକୁ ଯୋଗ୍ୟ କି ନାହିଁ ସେ ବିଷୟରେ ତଦନ୍ତ କରାଯିବ । ଯଦି ସେ ଯୋଗ୍ୟ ହିତାଧିକାରୀ ହୋଇଥିବେ ତେବେ ତାଙ୍କୁ ତାଲିକାଭୁକ୍ତ କରାଯିବ। । ତେବେ ଦେଖିବାକୁ ବାକି ରହିଲା ଏକଥା କେତେଦୂର କାର୍ଯ୍ୟକାରୀ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।