You are currently viewing ମାଆର ଚାପୁଡାରେ ପୁଅର ମୃତ୍ୟୁ,ପରେ ମାଆର ଆତ୍ମହତ୍ୟା

ମାଆର ଚାପୁଡାରେ ପୁଅର ମୃତ୍ୟୁ,ପରେ ମାଆର ଆତ୍ମହତ୍ୟା

  • Post category:ଓଡିଶା
  • Reading time:1 mins read

ନୟାଗଡ-୧୯.୦୭.୨୦୨୧, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମା’ ର ଚାପୁଡା ମାଡରେ ପୁଅର ମୃତ୍ୟୁ ହୋଇଛି । ପୁଅର ମୃତ୍ୟୁ ଯନ୍ତ୍ରଣା ସହି ନ ପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ମା’ ।
ସୂଚନାଅନୁସାରେ, ପାରିବାରିକ କଳହରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି । ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଅଧିକାରୀ ଉକ୍ତ ସ୍ଥାନରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବେଚ୍ଛଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।