You are currently viewing ଫୁଲବାଣୀରେ ନେଚର ରିଟ୍ରିଟର ଉଦ୍ଘାଟନ କଲେ ମନ୍ତ୍ରୀ ପ୍ରତାପ ଜେନା

ଫୁଲବାଣୀରେ ନେଚର ରିଟ୍ରିଟର ଉଦ୍ଘାଟନ କଲେ ମନ୍ତ୍ରୀ ପ୍ରତାପ ଜେନା

  • Post category:ଓଡିଶା
  • Reading time:1 mins read

ଫୁଲବାଣୀ-୩୦.୦୭.୨୦୨୧(ରଞ୍ଜିତ କୁମାର ଦିଗାଲ), ଫୁଲବାଣୀ ସହରର ସେଣ୍ଟ୍ରାଲ୍ ସ୍କୁଲ ନିକଟରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଫୁଲବାଣୀ ନେଚର ରିଟ୍ରିଟକୁ ଗୁରୁବାର ସଂଧ୍ୟାରେ ଶୁଭ ଉଦ୍ଘାଟନ କରିଛନ୍ତି ପଞ୍ଚାୟତିରାଜ, ଗୃହ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏଥିରେ ରହିବା ଓ ଖାଇବା ଭଳି ଅନ୍ୟାନ୍ୟ ସୁବିଧା ରହିଛି । ଫୁଲବାଣୀ ପରି ଛୋଟ ସହରରେ ପର୍ଯ୍ୟଟକ ମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଥିବାରୁ ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଏହି ନେଚର ରିଟ୍ରିଟକୁ ରାଜ୍ୟ ଓ ରାଜ୍ୟ ବାହାରର ତଥା ବିଦେଶୀ ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ଶ୍ରୀଯୁକ୍ତ ମନ୍ତ୍ରୀ କହିଛନ୍ତି । ଏଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ଟେଣ୍ଟ ମଧ୍ୟରେ ଏସି ସୁବିଧା ସହ ଖାଇବା ପିଇବା , ସୁଇମିଙ୍ଗ୍ ପୁଲ୍ ର ବ୍ୟବସ୍ଥା ରହିଛି । ଏଠାରେ ରହି ଅନ୍ୟ ପର୍ଯ୍ୟଟନ ସ୍ଥଳକୁ ବୁଲିଯିବା ପାଇଁ ବିଳାସପୂର୍ଣ୍ଣ ଗାଡ଼ିର ବ୍ୟବସ୍ଥା ରହିଛି । ଏଠାରେ ପର୍ଯ୍ୟଟକ ମାନେ ପରିବାର ନେଇ ବେସ୍ ଆରାମରେ ସୁରକ୍ଷିତ ଭାବେ ରହିପାରିବେ ବୋଲି ନେଚର ରିଟ୍ରିଟ ର ମୁଖ୍ୟ ପରିଚାଳକ ରାଜେନ୍ଦ୍ର ପାଢୀ କହିଛନ୍ତି । ଉଦ୍ଘାଟନ ସମୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର , ଜିଲ୍ଲା ବିଜେଡି ସଭାପତି ଶ୍ରୀ ସରୋଜ କର୍ଣ୍ଣ , ଜିଲ୍ଲା ମହିଳା ବିଜେଡି ସଭାନେତ୍ରି ପୁନମ କହଁର , ପୂର୍ବତନ ନଗରପାଳ ପ୍ରତାପ ପାତ୍ର , ଫୁଲବାଣୀ ନେଚର ରିଟ୍ରିଟର ପ୍ରୋପ୍ରାଇଟର ରାଜେନ୍ଦ୍ର ପାଢ଼ୀଙ୍କ ସମେତ ବହୁ ବିଜେଡି କର୍ମୀ ଓ ନେତା ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।