You are currently viewing ଆଜି ରାଜ୍ୟରୁ ୬୮ ଜୀବନ ନେଲା କରୋନା

ଆଜି ରାଜ୍ୟରୁ ୬୮ ଜୀବନ ନେଲା କରୋନା

ଭୁବନେଶ୍ୱର-୩୧.୦୭.୨୦୨୧, ଆଜି ରାଜ୍ୟରେ କରୋନାରେ ୬୮ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଅନୁଗୁଳରୁ ୮, ଖୋର୍ଦ୍ଧା ଓ ଗଞ୍ଜାମରୁ ୭ ଜଣ ଲେଖାଏଁ , ବାଲେଶ୍ବର ଓ ପୁରୀରୁ ୫ ଜଣ ଲେଖାଏଁ, କଟକ ଓ ମୟୂରଭଞ୍ଜରୁ ୪ ଜଣ ଲେଖାଏଁ, ବରଗଡ଼, ବଲାଙ୍ଗିର, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼ରୁ ୩ ଲେଖାଏଁ, ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁରରୁ ୨ ଜଣ ଲେଖାଏଁ ବୌଦ୍ଧ, ଯାଜପୁର ଓ କନ୍ଧମାଳରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୯୦୨କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରୁ ୧ ହଜାର ୫୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।