You are currently viewing ଆଜିଠୁ ଖୋଲିଲା ନନ୍ଦନକାନନ

ଆଜିଠୁ ଖୋଲିଲା ନନ୍ଦନକାନନ

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର,୦୩/୦୮: କୋଭିଡ କଟକଣା ଭିତରେ ଆଜିଠୁ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ରାଜ୍ୟ ସରକାରଙ୍କ ଅଗଷ୍ଟ ଗାଇଡଲାଉନ୍ ଅନୁସାରେ ଆଜିଠୁ ଖୋଲୁଛି ନନ୍ଦନକାନନ । ଏଠାରେ ପର୍ଯ୍ୟଟକ ଓ କର୍ମଚାରୀ ସମସ୍ତଙ୍କ ପାଇଁ ମାସ୍କ,ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତା ରକ୍ଷା ଅନିର୍ବାର୍ଯ୍ୟ କରାଯାଇଛି । ୧୦ ବର୍ଷରୁ କମ୍ ଓ ୬୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ପ୍ରବେଶ ନିଷେଧ କରାଯାଇଛି । ଆଜି ସକାଳେ ଏଠାରେ ପର୍ଯ୍ୟଟକ ମାନଙ୍କ ଭିଡ ପରିଲକ୍ଷିତ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।