You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରେ ୧,୨୦୮ କରୋନା ପଜିଟିଭ ଚିହ୍ନଟ ଏବଂ ୬୬ ମୃତ ।
୨ . ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ଓ ପ୍ରଭୁ ଗୋରେଖନାଥଙ୍କ ପୀଠ, କଟକଣା ମଧ୍ୟରେ ଭକ୍ତ କରିବେ ଦର୍ଶନ ।
୩ . ସୋମବାରଠୁ ଖୋର୍ଦ୍ଧା ଜିଲ୍ଲାରେ ଖୋଲିବ ସମସ୍ତ ମନ୍ଦିର, ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦର୍ଶନ, ଭୁବନେଶ୍ବରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନେବ ବିଏମସି ।
୪ . ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ, ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ପାଠପଢା ।
୫ . ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ । ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ । କରୋନା କଟକଣା ମଧ୍ୟରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବଙ୍କ ଚିଠି ।
୬ . ଖୁବଶୀଘ୍ର ଜୟପୁର ଓ ରଙ୍ଗେଇଲୁଣ୍ଡାରୁ ଉଡିବ ବିମାନ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ , ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ।
୭ . ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ପାଖରେ ଚୋରାଚାଲାଣ ବେଳେ ବଜ୍ରକାପ୍ତା ଉଦ୍ଧାର କଲା କ୍ରାଇମବ୍ରାଞ୍ଚ ଏସଟିଏଫ , ୩ ଗିରଫ ।
୮ . ସମ୍ବଲପୁରରେ ଧାନକଉଡା ବ୍ଳକରେ ଧାନ ବିକ୍ରି କରିନପାରି ଚାଷୀ କଲେ ଆତ୍ମହତ୍ୟା ।
୯ . ବଲାଙ୍ଗୀର ଦୁର୍ଗାମନ୍ଦିର ନିକଟରେ ୨ ମହିଳାଙ୍କ ଉପରେ ମାଡିଗଲା ପିକ୍ଅପ୍ ଭ୍ୟାନ, ଜଣେ ମୃତ ଓ ଅନ୍ୟ ଜଣେ ଆହତ ।
୧୦ .ଏସସିବି କୋଭିଡ ହସ୍ପିଟାଲରେ ଚାରି ମହଲା ଝରକାରୁ ଖସି କରୋନା ରୋଗୀଙ୍କ ମୃମ୍ୟୁ, କାରଣ ଅସ୍ପଷ୍ଟ, ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲାର ।

ଅନ୍ୟମାନଙ୍କୁ ଜଣାନ୍ତୁ।