You are currently viewing ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ, ୬ ମୃତ

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ, ୬ ମୃତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୦୭.୦୮.୨୦୨୧, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ବଜ୍ରପାତ ଯୋଗୁଁ ବାଲେଶ୍ବରରେ ୫ ଓ ମୟୂରଭଞ୍ଜରେ ଜଣଙ୍କର ମୃତ ଘଟିଛି । ବଜ୍ରାଘାତ ବାଲେଶ୍ବର ବସ୍ତାରେ ୨ ଜଣ ଓ ଜଳେଶ୍ବର ସୁଗୋରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବସ୍ତା ବ୍ଲକ୍‌ର ମଥାନି ଓ ଶାସଙ୍ଗରେ ବିଲରେ କାମ କରିବା ବେଳେ ୨ ମୃତ ହୋଇଥିବା ସୂଚନା ରହିଛି । ତେବେ ୫ ଜଣ ବଜ୍ରାଘାତରେ ଆହତ ହୋଇଥିବା ସୂଚନା ରହିଛି ।
ସେହିପରି ମୟୂରଭଞ୍ଜ ଖୁଣ୍ଟା ଥାନା ବାସିପିଠା ଅଞ୍ଚଳର ତଳକୁଣ୍ଡା ଗାଁରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି । ବିଲରେ କାମ କରିବା ବେଳେ ଯୁବକଙ୍କ ମୃତ୍ୟୁ ଘଟିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।