You are currently viewing ଏଟିଏମ ଟଙ୍କା ଗାଡିରୁ ଲୁଟ ଘଟଣା, ୩ ଗିରଫ

ଏଟିଏମ ଟଙ୍କା ଗାଡିରୁ ଲୁଟ ଘଟଣା, ୩ ଗିରଫ

ବ୍ରହ୍ମପୁର-୨୨.୦୮.୨୦୨୧, ବ୍ରହ୍ମପୁର ଏଟିଏମ ଭ୍ୟାନ୍ ଅପହରଣ ଓ ୨୪ ଲକ୍ଷ ଲୁଟ ଘଟଣାର ପର୍ଦାଫାସ କରିଛି ପୋଲିସ । ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଲେ ଡ୍ରାଇଭର୍ ଆଶିଷ କୁମାର ଦିଗାଲ୍, ମାନ୍ୟବାର ନାୟକ ଓ କାର୍ତ୍ତିକ ନାୟକ । ଏହା ସହ ସେମାନଙ୍କ ନିକଟରୁ ନଗଦ ୨୦ ଲକ୍ଷ ୯୦ ହଜାର ଟଙ୍କା, ଗୋଟିଏ ମୋଟର ସାଇକେଲ, ଡିଭାଇନ୍ ସ୍ଳିପ୍ ଲିକ୍ୟୁଏଡ଼ ସହ ୪ଟି ମୋବାଇଲ୍ ଜବତ କରିଛି ପୋଲିସ । ଫୁଲବାଣୀ ଜିଲ୍ଲା ସାରଙ୍ଗଗଡ଼ରୁ ଏହି ଟଙ୍କା ଜବତ ହୋଇଛି ।
ସୂଚନାଯୋଗ୍ୟ ଯେ, ୧୮ ତାରିଖରେ ବ୍ରହ୍ମପୁର ବଡ଼ବଜାର ଏକ ବ୍ୟାଙ୍କ ନିକଟରୁ ଏଟିଏମରେ ଟଙ୍କା ଭରିବାକୁ ଯାଇଥିବାବେଳେ ଏଟିଏମ ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ପୋଲିସ ଗୋଳନ୍ଥରାରୁ ଗାଡ଼ି ଏବଂ ଡ୍ରାଇଭ ରଙ୍କୁ ଅଚେତ ଅବସ୍ଥାରେ ଠାବ କରିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।