You are currently viewing ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା, ୬ ଜଣଙ୍କର ମୃତ୍ୟୁ

ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା, ୬ ଜଣଙ୍କର ମୃତ୍ୟୁ

ରାଜସ୍ଥାନ,୨୫/୦୯: ରାଜସ୍ଥାନର ଚକସୁରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଇକୋ ଭ୍ୟାନ୍ ଡ୍ରାଇଭର ସମେତ ୬ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତ ଛାତ୍ରୀ ମାହାତ୍ମା ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାଟି ରାଜସ୍ଥାନର ଚକସୁ ଏନ୍‌ଏଚ୍‌-୧୨ର ନିମୋଡିଆ କଟ୍ ନିକଟରେ ଘଟିଛି । ସୂଚନା ଅନୁଯାୟୀ ଆଜି ସକାଳେ ଇକୋ ଭ୍ୟାନରେ ପ୍ରାୟ ୧୧ ଜଣ REET ଛାତ୍ର ମାନେ ପରୀକ୍ଷା ଦେବାକୁ ସିକର ଯାଇଥିଲେ । ଭ୍ୟାନଟି ନୀୟନ୍ତ୍ରିତ ହରାଇ ଏକ ଟ୍ରକକୁ ଧକ୍କା ଦେଇଥିଲା । ଆହତ ପରୀକ୍ଷଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଚେଦ ପାଇଁ ଡାକ୍ତରଖାନା ପଠାଇଛି । ସମସ୍ତ ପରୀକ୍ଷାର୍ଥୀ ବାରନ ଜିଲ୍ଲାର କୁହାଯାଉଛି ।ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।