You are currently viewing ବିଶିଷ୍ଟ ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର-୦୧.୧୦.୨୦୨୧, ବିଶିଷ୍ଟ ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ପରଲୋକ ଘଟିଛି । ୮୧ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଥିବା ସୂଚନା ମିଳିଛି । ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଥିଲେ ରାଜକିଶୋର ମିଶ୍ର । ସେ “ଉତ୍କଳ ପ୍ରସଙ୍ଗ” ଓ “ଓଡ଼ିଶା ରିଭ୍ୟୁ”ର ମଧ୍ୟ ପୂର୍ବତନ ସମ୍ପାଦକ ଥିଲେ ।
ପ୍ରଫେସର ମିଶ୍ର ତିନୋଟି ଭାଷାରେ ପାରଦର୍ଶୀ ଥିଲେ। ସେ ଇଂରାଜୀ ସାହିତ୍ୟର ଜଣେ ସମ୍ମାନିତ ପ୍ରଫେସର ଥିଲେ ଏବଂ ସେ ଅନେକ କଲେଜରେ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ |
ଏହା ବ୍ୟତୀତ ସଂସ୍କୃତରେ ତାଙ୍କର ବିପୁଳ ଜ୍ଞାନ ଥିଲା ଏବଂ ସେ ଓଡିଆ ଭାଷାରେ ଅନେକ ପୁସ୍ତକ ଲେଖିଥିଲେ। ଓଡିଆ ପତ୍ରିକା ‘ଝଙ୍କାର’ରେ ତାଙ୍କର ଅନେକ ଲେଖା ମଧ୍ୟ ପବ୍ଳିସ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।