You are currently viewing ମନୀଷ ହତ୍ୟା ମାମଲା: ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ମନୀଷ ହତ୍ୟା ମାମଲା: ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ୱର(ଏ ଏନ ଏସ) ୧୮.୧୦.୨୦୨୧, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମମାଲାରେ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ । ଆଜିଠାରୁ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ ।
୫ ଦିନ ରିମାଣ୍ଡରେ ନେବାକୁ ଇନଫୋସିସ ଥାନା ପୋଲିସ ଆବେଦନ କରିଥିଲା । ମାତ୍ର ୪ ଦିନ ପାଇଁ ଜେଏମସି କୋର୍ଟ ଅନୁମତି ଦେଇଛନ୍ତି ।
ତେବେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ମୃତ୍ୟୁ ପୂର୍ବ ଘଟଣାର ସିନ ରିସିଏକ୍ରିଏସନ ସହିତ ଅଧିକ ତଥ୍ୟ ଓଗାଳିବ ପୋଲିସ । ରିମାଣ୍ଡ ବେଳେ ମନୀଷଙ୍କ ନିଖୋଜ ମୋବାଇଲ ଫୋନ ସନ୍ଧାନ କରାଯିବ ।
ଅଭିଯୁକ୍ତଙ୍କୁ ନେଇ ଅଧିକ ତଥ୍ୟ ପ୍ରମାଣ ଖୋଜିବ ପୋଲିସ । ଏନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ଦିନ ତମାଣ୍ଡୋଥାନା ଟଙ୍କପାଣଇ ରୋଡ ପୋଖରୀରୁ ମନୀଷ ଅନୁରାଗଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।