You are currently viewing ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ କରୋନା ଟିକା

ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର(ଏଏନଏସ) ୨୨.୧୦.୨୦୨୧,  କରୋନା ମହାମାରୀ ମୁକାବିଲା କରିବା ପାଇଁ ଦେଶରେ ଟୀକାକରଣକୁ ବେଶ ଗୁରୁତ୍ୱ ଦିଆଯାଉଛି । ଇତି ମଧ୍ୟରେ ଗତକାଲି  ଦେଶରେ ଟୀକାକରଣ ଶହେ କୋଟି ପାର କରିସାରିଛି । 
ତେବେ ପିଲାଙ୍କୁ ଟିକା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ କରୋନା ଟିକା ।   ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ ଶିଶୁମାନେ ଟିକାର ଦୁଇଟି ଡୋଜ୍ ଟିକା ନେବା ପାଇଁ ପରାମର୍ଶ ରହିଛି  । ଶିଶୁମାନଙ୍କୁ ଫର୍ମା ଡେପଥ ଟେକ୍ନୋଲୋଜି ଜରିଆରେ ଟିକା ଦିଆଯିବ । ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଧ୍ୟାରେ ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ତାଲିମ୍‌ ଦିଆଯିବ।
ରାଜ୍ୟରେ ୨ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଟିକା ଦିଆଯିବ । ରାଜ୍ୟରେ ବର୍ତ୍ତମାନ ୧ କୋଟି ୪୦ ଲକ୍ଷ ଶିଶୁ ରହିଛନ୍ତି । ଯଦି ଏକା ସଙ୍ଗେ ଶିଶୁଙ୍କୁ ଟିକା ଦେବା ଆରମ୍ଭ କରାଯିବ ତେବେ ଟିକାକରଣ କେନ୍ଦ୍ର ବୃଦ୍ଧି କରିବାକୁ ପଡିବ ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ୩ କୋଟି ୫୦ ଲକ୍ଷ ଡୋଜ ଟିକା ଦିଆସାରିଲାଣି । ୨ କୋଟି ୪୭ ଲକ୍ଷ ପ୍ରଥମ ଡୋଜ୍ ଅର୍ଥାତ ୭୮ ପ୍ରତିଶତ ଦିଆସରିଛି । ସେହିପରି ୧ କୋଟି ୩ ଲକ୍ଷ ଦ୍ୱିତୀୟ ଡୋଜ୍ ଅର୍ଥାତ ୩୩ ପ୍ରତିଶତ ଦିଆସାରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।