You are currently viewing ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ

ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ

  • Post category:ଓଡିଶା
  • Reading time:1 mins read

ଝାରସୁଗୁଡ଼ା(ଏଏନଏସ)୦୬/୧୧: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଥମିବାର ନା ଧରୁନି ତାତି । ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଦିନ ୨ଟା ଯାଏ ଏହି ବନ୍ଦ ପାଳନ କରାଯିବ । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରୁ ନାହାନ୍ତି। ମମିତା ମେହେର ହତ୍ୟାକାଣ୍ଡକୁ ଚାପିବା ଉଦ୍ୟମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି।
ଝାରସୁଗୁଡା ଜିଲ୍ଲାର ୩ ପୌରାଞ୍ଚଳ ଓ ୫ଟି ବ୍ଲକର ସମସ୍ତ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ, ଶିଳ୍ପ ସଂସ୍ଥା ବନ୍ଦ କରାଯାଇଛି । ଜିଲ୍ଲା ସଭାପତି ମଙ୍ଗଳ ସାହୁ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଜିଲ୍ଲା ସଂପାଦକ ବିମଳେନ୍ଦୁ ଭୋଳ, ନରେଶ ନାୟକ ପ୍ରମୁଖଙ୍କ ନେତୃତ୍ବରେ ସମସ୍ତ କର୍ମକର୍ତ୍ତା ଓ କର୍ମୀ ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ପିକେଟିଂ କରୁଛନ୍ତି। ଝାରସୁଗୁଡା ବନ୍ଦ ଯୋଗୁଁ ବଜ୍ରରାଜନଗର, ବେଲପାହାଡ ସହରର ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବ୍ୟାହତ ହୋଇଥିବା ଜଣାଯାଇଛି। ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକୀୟ ସେବା, ଔଷଧ ଓ ଖବରକାଗଜ ଗାଡି,ଦୁଇ ଚକିଆ ଯାନ ଓ ପରୀକ୍ଷାର୍ଥୀଙ୍କୁ ବାଦ ଦିଆଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବନ୍ଦର ପ୍ରଭାବରେ ସାଧାରଣଜନଜୀବନ ପ୍ରଭାବିତ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।