You are currently viewing ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନର ପ୍ରତିବାଦରେ  ବିଜୁ ଛାତ୍ର ଜନତା ଦଳର ବିକ୍ଷୋଭ

ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନର ପ୍ରତିବାଦରେ ବିଜୁ ଛାତ୍ର ଜନତା ଦଳର ବିକ୍ଷୋଭ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୬/୧୧: ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅସମ୍ମାନର ପ୍ରତିବାଦ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁକୁ ବିଜେପି ପକ୍ଷରୁ ଭୁଲ୍ ଭାବେ ଲେଖିବାକୁ ବିରୋଧ କରିଛି ବିଜେଡି।  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏଥିପାଇଁ ଦାୟୀ ବୋଲି ବିଜେଡି ଦଳ ଅଭିଯୋଗ ଆଣିଛି । ଏହାକୁ ବିରୋଧ କରି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବିଜେଡି ଯୁବ ଓ ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଜନତା ଦଳର ପ୍ରମୁଖ ନେତାମାନଙ୍କ ଉପସ୍ଥିତରେ  ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଓଡ଼ିଆମାନଙ୍କ ଭାବାବେଗକୁ ସେ କୁଠାର ଘାତ କରିଛନ୍ତି ।  ଓଡିଶାକୁ ପର୍ୟ୍ୟଟକ ଭାବେ ଆସି ସମ୍ବିତ ପାତ୍ର ରାଜନୀତି ବନ୍ଦ କରନ୍ତୁ ଏବଂ ଏଥିଲାଗି କ୍ଷମା ମଗାନ୍ତୁ  ବୋଲି ପ୍ରତିବାଦ କରିଛନ୍ତି। ନଚେତ ତାଙ୍କୁ ଓଡ଼ିଶାରେ ପୁରେଇ ଦିଆଯିବ ନାହିଁ ବୋଲି ବିଜୁ ଛାତ୍ର ଜନତା ଦଳ ଚେତାବନୀ ଦେଇଛନ୍ତି । ସେପଟେ ପୁରୀରେ ମଧ୍ୟ ଦୃଢ଼ ପ୍ରତିବାଦ କରିଛି ବିଜେଡି । ବ୍ୟାନରରେ ଶ୍ରୀଜଗନ୍ନାଥଙ୍କ ନାମ ତ୍ରୁଟିକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ଦୃଢ ପ୍ରତିବାଦ ହୋଇଛି । ମାର୍କେଟ ଛକରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।