You are currently viewing ଚିରନିଦ୍ରାରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ

ଚିରନିଦ୍ରାରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ

  • Post category:ଓଡିଶା
  • Reading time:1 mins read

ବଲାଙ୍ଗିର (ଏଏନଏସ)୨୯/୧୧: ଜାତୀୟ ଚଳଚ୍ଚିତ୍ର ପୁରଷ୍କାର ପ୍ରାପ୍ତ ଓଡିଆ ଚଳଚ୍ଚିତ୍ର \”ଭୁଖା\’ର କଳାକାର ତଥା ବରିଷ୍ଠ ସାମ୍ବଦିକ ସତ୍ୟନାରାୟଣ ବେହେରାଙ୍କର ଆଜି ତାଙ୍କ ବଲାଙ୍ଗୀର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ଦୀର୍ଘ ଦିନ ଧରି ଶର୍ଯ୍ୟାସାୟୀ ଥିଲେ । ସାମ୍ବାଦିକ ଜଗତରେ ସତ୍ୟ ଭାଇ ନାମରେ ପରିଚିତ ଏହି ବ୍ୟକ୍ତିତ୍ୱ ପଶ୍ଚିମ ଓଡିଶା ସହ ଉପକୂଳ ଓଡିଶାର ସାମ୍ବାଦିକମାନଙ୍କ ମଧ୍ୟରେ ଏକ ସେତୁ ସ୍ୱରୂପ ଥିଲେ ।

ରାଜ୍ୟର ସର୍ବ ପୁରାତନ ଉତ୍କଳ ସାମ୍ବାଦିକ ସଂଘର ସେ ଥିଲେ ଆଜୀବନ ସଭ୍ୟ । ତାଙ୍କର ବିୟୋଗରେ ରାଜ୍ୟରେ ସାମ୍ବାଦିକ ମହଲରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସୂର୍ଗତ ବେହେରାଙ୍କ ମୃତ୍ୟୁରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ ସଂଘ କୋଷାଧ୍ୟକ୍ଷ ତୁଷାର ପଟ୍ଟନାୟକ , ଉପସଭାପତି ନୀଳମଣି ସାହୁ , ବିନାୟକ ମିଶ୍ର ଓ ସର୍ବଭାରତୀୟ ପେଶାଦାର ମହାସଂଘର ଜାତୀୟ ପରିଷଦ ସଦସ୍ୟ ପ୍ରକାଶ ଚନ୍ଦ୍ର ମିଶ୍ର, ପ୍ରଭାକର ଶିରମଣୀ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।