You are currently viewing ଆଜିଠାରୁ ୨ ଦିନିଆ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ଆଜିଠାରୁ ୨ ଦିନିଆ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ନୂଆଦିଲ୍ଲୀ-୧୬.୧୨.୨୦୨୧, ଆଜିଠାରୁ ବ୍ୟାଙ୍କ୍ କର୍ମଚାରୀଙ୍କ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ । ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଦୁଇଦିନିଆ ଧର୍ମଘଟ ଘୋଷଣା କରିଛନ୍ତି । ଏହି ଧର୍ମଘଟ ପ୍ରଭାବରେ ସର୍ବଭାରତୀୟ ସ୍ତରରେ ୧ଲକ୍ଷ ୫୮ ହଜାର ବ୍ୟାଙ୍କ ଶାଖା ବନ୍ଦ ରହିବ ଓ ଏଥିରେ ୧୦ ଲକ୍ଷରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିବେ। ତେଣୁ ସରକାରୀ ବ୍ୟାଙ୍କର ଗ୍ରାହକମାନେ ଦୁଇ ଦିନ ଶାଖାରେ ବ୍ୟାଙ୍କ ସେବା ପାଇବେ ନାହିଁ। ଏହି ଧର୍ମଘଟ ଯୋଗୁଁ କୋଟି କୋଟି ଗ୍ରାହକ ବ୍ୟାଙ୍କ ସେବାରୁ ପ୍ରଭାବିତ ହେବେ। କିନ୍ତୁ ଏଟିଏମ୍‌ଗୁଡ଼ିକ ଖୋଲାରହିବ। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଓ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଂଚ ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁଏଫବିୟୁ) ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।