You are currently viewing ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ଗାଇଡଲାଇନ ଜାରି

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ଗାଇଡଲାଇନ ଜାରି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୧.୦୧.୨୦୨୨, ରାଜ୍ୟରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ କଟକଣା ଜାରି କଲେ ଏସଆରସି । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ପର୍ବ ପାଇଁ ଗହଳି ନକରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ନଦୀ ଘାଟ,ପୁଷ୍କରିଣୀ ,ସମୁଦ୍ର ତଟରେ ବୁଡ଼ ପକାଇବା ମନା କରାଯାଇଛି ।ମକରମେଳା ଆୟୋଜନ କରାଯାଇପାରିବ ନାହିଁ । ମକର ସଂକ୍ରାନ୍ତି ଓ ପୋଙ୍ଗଲରେ ସବୁ ଧାର୍ମିକ ସ୍ଥାନ ବା ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ବାରଣ କରାଯାଇଛି । କେବଳ ନୀତିକାନ୍ତି ପାଇଁ ସୀମିତ ପୂଜକଙ୍କୁ ନେଇ ପୂଜା ହେବ ।
ରାଜ୍ୟରେ ସଂକ୍ରମଣ ବଢୁଥିବାରୁ କଟକଣା ମାନିବା ସହ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲରେ ରୀତିନୀତିରେ ପୂଜାର୍ଚ୍ଚନା କରିବାକୁ କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।