You are currently viewing ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ

ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ

ଭୁବନେଶ୍ୱର ବ୍ୟୁରୋ: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ  ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନ ପାଇଁ  ହେଉଥିବା ନିର୍ବାଚନର  ପ୍ରାର୍ଥୀପତ୍ର ଦାଖଲର ଆଜି ହେଉଛି ଶେଷ ଦିନ ।  ଏହି ନିର୍ବାଚନ ଦୌଡରେ  ଗ୍ରାମାଞ୍ଚଳର  ଅନେକ ନେତା ସାମିଲ ହେଉଥିବା ବେଳେ  ଶାସକ ବିଜୁ ଜନତା ଦଳର ଆଶାୟିକ ସଂଖ୍ୟା ସର୍ବାଧିକ । ରାଜ୍ୟରେ କାର୍ଯ୍ୟକରୁଥିବା ଅନ୍ୟ ଦୁଇଟି ଜାତୀୟ ସ୍ତରର ରାଜନୈତିକ ଦଳ ବିଜେପି ତଥା କଂଗ୍ରେସର ଆଶାୟିକ ସଂଖ୍ୟା ସେତଟା ଆଶାଜନକ ନୁହେଁ ତଥାପି  ବିଜେଡି ପରେ  ବିଜେପି ଦଳରେ ମଧ୍ୟ  ଜିଲ୍ଲା ପରିଷଦ ପାଇଁ ଆଶାୟିକ ପ୍ରାର୍ଥୀଙ୍କ ସଂଖ୍ୟା କମ୍ ନୁହେଁ । ମାତ୍ର କଂଗ୍ରେସ ଦଳରେ  ଟିକେଟ ଆଶାୟିକ ସଂଖ୍ୟା ସେତଟା ଉତ୍ସାହ ଜନକ ନୁହେଁ ।

ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାବେଳେ   ରାଜ୍ୟର ତିନୋଟି ପ୍ରମୁଖ ଦଳର  ମିଳିଥିବା ସୂଚନା ମୁତାବକ ମଧ୍ୟାହ୍ନ ୧୨ଟା ସୁଦ୍ଧା ଅନେକ ଆଶାୟିକଙ୍କ ପାଖରେ ଦଳୀୟ ଟିକେଟ୍ ପହଞ୍ଚି ପାରି ନାହିଁ । ଅନ୍ୟପଟେ ପଞ୍ଚାୟତ ସ୍ତରରେ  ଦଳର ସମର୍ଥନ ପାଇବା ଆଶାରେ  ଗୋଟିଏ ଦଳରୁ ଏକାଧିକ ପ୍ରାର୍ଥୀ  ମନୋନୟନ ପତ୍ର ଦାଖଲ କରୁଛନ୍ତି । ବିଜୁ ଜନତା ଦଳ ପଞ୍ଚାୟତ ସ୍ତରରେ ‘ଯିଏ ଆସିବ ଆମର ନିତି’ କୁ ଆପଣାଇ ଥିବା ବେଳେ ବିଜେପି ଓ କଂଗ୍ରେସ ଦଳ ପଞ୍ଚାୟତ ନିର୍ବାଚନକୁ ହାଲକା ଭାବରେ ନେଉଛନ୍ତି । ଏହି ଦୁଇଟି ଦଳ  କେବଳ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଉପରେ ଧ୍ୟାନ ଦେଇଛନ୍ତି, କାରଣ  ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଦଳୀୟ ସଂଙ୍କେତରେ ନିର୍ବାଚନ ଲଢିବେ ।   ଫେବୃୟାରି ମାସରେ ନିର୍ବାଚନ ହେବାକୁ ଯାଉଥିବା ବେଳେ  ବିଜେଡି ବହୁ ପୂର୍ବରୁ  ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଦେଖିବାକୁ ବାକି ରହିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ  କାହା ସପକ୍ଷରେ ଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।