You are currently viewing ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରି ଗିରଫ ହେଲେ ଏଏସଆଇ

ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରି ଗିରଫ ହେଲେ ଏଏସଆଇ

ମାଲକାନଗିରି(ଏଏନଏସ)୧୩/୦୩, ୪୨୦ କିଲୋର ଗଞ୍ଜେଇ ଚାଲାଣ କାରବାରରେ ଗିରଫ ହେଲେ ଏସଆଇ । ମାଲକାନଗିରି ମାଥିଲି ଥାନା ଅଧିନ କର୍ତ୍ତନପାଲ୍ଲୀରେ କାର୍ଯ୍ୟରତ ଏଏସଆଇ ଜୟଦାଶ ଗିରଫ ହୋଇଥିବା ଜଣାପଡିଛି । ପଡ଼ୋଶୀ ରାଜ୍ୟକୁ ଗଞ୍ଜେଇ ଚାଲାଣ ପାଇଁ ଏସଆଇ ସହଯୋଗ କରୁଥିବାର ଅଭିଯୋଗ ହୋଇଥିଲା । ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ଏସ ଆଇଙ୍କ ସମେତ ଆଉ ୩ ଗଞ୍ଜେଇ ମାଫିଆ ଗିରଫ ହୋଇଥିବା ସୂଚନା ମିଳିଛି । ମାଲକାନଗିରି ଏସଡିପିଓ ଅଂଶୁମାନ ଦ୍ବିବେଦୀ ଘଟଣାର ତଦନ୍ତ କରି ଶନିବାର ଏଏସଆଇ ଜୟଦାସ ଖରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।