You are currently viewing ରାଜଧାନୀରେ ପୁଣି ଏନକାଉଣ୍ଟର

ରାଜଧାନୀରେ ପୁଣି ଏନକାଉଣ୍ଟର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୨/୦୫, ନୂଆକରି ଦାୟିତ୍ୱ ନେବା ପରେ ପୁରା ଆକ୍ସନମୁଡରେ ଡିସିପି ପ୍ରତୀକ ସିଂ । ବର୍ଷର ପ୍ରଥମ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଡକାୟତ ଚକ୍ରଧର ବାରିକ ଓରଫ ଚକରା ବାରିକ ଆହାତ ହୋଇଛି । ସ୍ପେଶାଲ ସ୍କ୍ୱାଡ ଓ ଖଣ୍ଡଗିରି ପୋଲିସର ମିଳିତ ଏନକଣ୍ଟର କରାଯାଇଛି । ବାମଗୋଡରେ ଗୁଳିବାଜିବା ଫଳରେ ଚକରାକୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଖବରରୁ ପ୍ରକାଶ ଯେ ୬ରୁ୭ ଜଣ ଡକାୟତ ବରମୁଣ୍ଡା ମେଳଣ ପଡିଆରେ ଡକାୟତି ପାଇଁ ଯୋଜନା କରୁଥିଲା ବେଳେ ଖବର ପାଇ ପୋଲିସ ପହଞ୍ଚିବା ପରେ ଚକରା ପୋଲିସ ଉପରକୁ ଗୁଳିମାଡ କରିଥିଲା ।

ଏହାର ଜବାବରେ ପୋଲିସ ଏନକାଉଣ୍ଟର କରିଥିଲା । ଅନ୍ଧାର ହୋଇଥିବାରୁ ୬ ଜଣ ଡକାୟତ ଖସିଯିବାରେ ସକ୍ଷମହୋଇଥିବା ବେଳେ ଚକରା ପୋଲିସ ହାତରେ ଧରାପଡିଛି । ୨୦ରୁ ଅଧିକ ଅପରାଧିକ ମାମଲାରେ ଚକରାର ସଂପୃକ୍ତି ଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ୨ଟିବନ୍ଧୁକ,୬ ରାଉଣ୍ଡ ଅଫୁଟା ଗୁଳି, ୬ଟି ଅଫୁଟା ବୋମା, କାର, ୩ଟି ମୋବାଇଲ ଓ ମଦ ବୋତଲ ଜବତ ହୋଇଛି । ଅପରାଧ ଦମନ ପାଇଁ ସ୍ପେଶାଲ ଡ୍ରାଇଭ ଚାଲିଥିବା କହିଛନ୍ତି ଡିସିିପି ପ୍ରତୀକ ସିଂ ।

ଅନ୍ୟମାନଙ୍କୁ ଜଣାନ୍ତୁ।