You are currently viewing ଶରୀର ପାଇଁ ଗୁଡ଼ର ଫାଇଦା

ଶରୀର ପାଇଁ ଗୁଡ଼ର ଫାଇଦା

  • Post category:ଓଡିଶା
  • Reading time:1 mins read

ଶରୀରରେ ସମ୍ପୂର୍ଣ୍ଣ ପୋଷଣ ପାଇଁ ସୁସ୍ଥ ଏବଂ ପୌଷ୍ଟିକ ଆହାର ସେବନ କରିବା ସବୁଠାରୁ ମହତ୍ୱପୂର୍ଣ୍ଣ। ବିଶେଷ କରି ଶୀତ ଋତୁରେ ଯେତେବେଳେ ତାପମାତ୍ରାରେ ପରିବର୍ତ୍ତନ ଘଟିଥାଏ ସେହି ସମୟରେ ଏଭଳି ଖାଦ୍ୟ ଖାଇବା କଥା, ଯାହା ଶରୀରକୁ ଭିତରୁ ଗରମ ରଖିବା ସହ ଶକ୍ତି ପ୍ରଦାନ କରିବାରେ ସାହାଯ୍ୟ କରିଥାଏ। ଆୟୁର୍ବେଦ ବିଶେଷଙ୍କ କହିବାନୁଯାୟୀ ଥଣ୍ଡା ସମୟରେ ନିୟମିତ ଗୁଡ ସେବନ କରିବା ଉଚିତ। କାରଣ ଗୁଡ ଶରୀର ପାଇଁ ଲାଭକାରୀ ହୋଇଥାଏ।

ଗୁଡ଼ରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଆଇରନ, ପୋଟାସିୟମ ଏବଂ ଫସଫରସ ପ୍ରଚୁର ମାତ୍ରାରେ ରହିଥାଏ। ସେହିଭଳି ଅଧ୍ୟାୟନରୁ ଜଣା ପଡ଼ିଛି ଗୁଡ଼ରେ ଭିଟାମିନ ବି, ପ୍ରୋଟିନ ଏବଂ ଫାଇଟୋକେମିକାଲ କିଛି ମାତ୍ରାରେ ରହିଥାଏ। ଯାହା ଶରୀର ପାଇଁ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗୁଡ ଖାଇବା ଦ୍ୱାରା କଣ କଣ ଲାଭ ମିଳିଥାଏ।

ଗୁଡ଼ରେ ଥିବା ଆଣ୍ଟିଆକ୍ସଇଡେଣ୍ଟ ଏବଂ ଖଣିଜ ଶରୀରର ଫୁସଫୁସ କୁ ସଫା ରଖିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ସେହିଭଳି ପ୍ରତ୍ୟେକ ଦିନ ଗୁଡ ଖାଇବା ଦ୍ୱାରା ଶରୀରକୁ ଡିଟକସ କରିବାରେ ସାହାଯ୍ୟ କରିଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଶୀତ ଦିନେ ଗୁଡ ଖାଇବା ଦ୍ୱାରା ଥଣ୍ଡା, ଫ୍ଲୁ ଏବଂ ଅନ୍ୟାନ୍ୟ ସମସ୍ୟାକୁ ଦୂରେଇ ରଖିବା ସହ ପ୍ରତିରକ୍ଷା ପ୍ରଣାଳୀକୁ ବଢାଇବାରେ ସାହାଯ୍ୟ କରିଥାଏ।

0

ଅନ୍ୟମାନଙ୍କୁ ଜଣାନ୍ତୁ।