You are currently viewing ଚାଲିଛି ବିଘ୍ନ ବିନାଶକଙ୍କୁ ଆବାହନ

ଚାଲିଛି ବିଘ୍ନ ବିନାଶକଙ୍କୁ ଆବାହନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୩୧/୦୮, ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରାବତରଣ କରିବେ ବିଘ୍ନବିନାଶକ ଅଗ୍ରପୁଜ୍ୟ ପ୍ରଭୁ ଗଜାନନ । ଚାରିଆଡେ ବିଘ୍ନବିନାଶକଙ୍କ ଜନ୍ମୋତ୍ସବ ବେଶ ଧୂମ୍ ଧାମ୍‌ରେ ପାଳିତ ହେଉଛି । ସ୍କୁଲ ,କଲେଜ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନ ଓ ମଣ୍ଡପ ମାନଙ୍କରେ ଚାଲିଛି ଗଣପତିଙ୍କ ଆବାହନ । ସୁସଜ୍ଜିତ ମୂର୍ତ୍ତି, ସୁନ୍ଦର ତୋରଣ ଓ ଆଲୋକମାଳରେ ଝଲସୁଛି ପୂଜା ସ୍ଥାନ । ବ୍ରାହ୍ମଣଙ୍କ ମନ୍ତ୍‌୍ର ଧ୍ୱନୀ ପୂଜା ମଣ୍ଡପକୁ ପ୍ରକୋମ୍ପିତ କରୁଛି । ଗଣେଶ ପୂଜା ପାଇଁ ପ୍ରସିଦ୍ଧ ତାଳଚେର ଓ ଜଟଣୀରେ ବେଶ ଧୂମ୍‌ଧାମ୍‌ରେ ଓ ଆଡମ୍ବର ସହାକାରେ ଆରମ୍ଭ ହୋଇଛି ଗଣେଶ ପୂଜା । ତାଳଚେରରେ ଶହେରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ । ଦୀର୍ଘ ୨ ବର୍ଷ ହୋ କରୋନା କଟକଣା ଯୋଗୁ ଆଡମ୍ବରରେ ପାଳିତ ହୋଇପାରୁନଥିଲା ଗଣେଶ ପୂଜା । କିନ୍ତୁ ଚଳିତ ବର୍ଷ କଟକଣା ମୁକ୍ତ ହୋଇଥିବାରୁ ଚାରିଆଡେ ଆଡମ୍ବରସହାକାରେ ପାଳିତ ହେଉଛି ବିଘ୍ନବିନାଶକଙ୍କ ଜନ୍ମୋତ୍ସବ । ସବୁଠାରେ ଖୁସିର ମାହୋଲ ।

ଅନ୍ୟମାନଙ୍କୁ ଜଣାନ୍ତୁ।