ନିଜର ଟ୍ୱିଇଟ୍କୁ ନେଇ ବିବାଦରେ ଆସିବା ପରେ କମାଲ ଆର ଖାନଙ୍କୁ କାଲି ପୋଲିସ୍ ଏୟାରପୋର୍ଟରୁ ଗିରଫ କରିଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ । ଗିରଫ ହେବାର କିଛି ଘଣ୍ଟା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ଯାହାଫଳରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । କେଆରକେ ଗିରଫ ହେବା ପରେ ତାଙ୍କୁ ବୋରିଭାଲୀ କୋର୍ଟ ୧୪ ଦିନିଆ ନ୍ୟାୟୀକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କେଆରକେ ଗିରଫ ହେବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଯାହା ଫଳରେ ତାଙ୍କୁ ମୁମ୍ବାଇର ଶତାଦ୍ଦୀ ଡାକ୍ତରଖାନାକୁ ନିଆଯାଇଥିଲା । କେଆରକେଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ମୁମ୍ବାଇ ମାଲାଡ ପୋଲିସ୍ ଗିରଫ କରିଥିଲେ । ୨୦୨୦ ମସିହାରେ ସେ ଦିବଂଗତ ବଲିଉଡ ଅଭିନେତା ଇରଫାନ୍ ଖାନ୍ ଏବଂ ଋଷି କପୁରଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ତାଙ୍କର ଏହି ମନ୍ତବ୍ୟ ପରେ କମଲଙ୍କ ନାଁରେ ଯୁବ ସେନା ଏଫଆଇଆର ଦାଖଲ କରିଥିଲେ ।
ଗିରଫର କିଛି ଘଣ୍ଟା ପରେ ବିଗିଡିଲା ସ୍ୱାସ୍ଥ୍ୟ ଅବସ୍ଥା
- Post published:August 31, 2022
- Post category:ମନୋରଞ୍ଜନ
- Reading time:1 mins read
Tags: Kamaal R. Khan