You are currently viewing ଛାତ ଅତଡ଼ା ଖସି ମା ଝିଅ ଗୁରୁତର

ଛାତ ଅତଡ଼ା ଖସି ମା ଝିଅ ଗୁରୁତର

  • Post category:ଓଡିଶା
  • Reading time:1 mins read

ବଲାଙ୍ଗିର (ଏ ଏନ୍ ଏସ)୦୫/୧୧, ବଲାଙ୍ଗିର ସହର ରଗୁଡିପଡା ମ୍ଯୁନିସିପାଲିଟି କଲୋନୀରେ ଛାତ ଅତଡା ଖସି ମା ଓ ଝିଅ ଗୁରୁତର ହୋଇଛନ୍ତି । ମା ଗାୟତ୍ରୀ କୁମ୍ଭାରଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତିରେ ମାଙ୍କୁ ଖାଇବାକୁ ଦେବାପାଇଁ ଝିଅ ଆରତୀ ଯିବା ବେଳେ ହଠାତ୍ ଛାତ ଅତଡା ଖସିପଡିଥିଲା । ଯାହାଫଳରେ ଉଭୟଙ୍କ ମୁଣ୍ଡରେ ସେହି ଅତଡା ସବୁ ପଡିଯାଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଗାୟତ୍ରୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏବେ ମ୍ୟୁନିସିପାଳିଟି କଲୋନୀର ଘର ସବୁ ଅସୁରକ୍ଷିତ ଅବସ୍ଥାରେ ଥିବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।