You are currently viewing ଆରମ୍ଭ ହେଲା ଡଲଫିନ ଗଣନା

ଆରମ୍ଭ ହେଲା ଡଲଫିନ ଗଣନା

  • Post category:ଓଡିଶା
  • Reading time:1 mins read

ଖୋର୍ଦ୍ଧା(ଏଏନଏସ) ୨୧/୧୨, ଆଜିଠାରୁ ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଆସନ୍ତା ୨୩ ତାରିଖ ଯାଏଁ ଜାରି ରହିବ ଏହି କାର୍ଯ୍ୟ । ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଡଲଫିନ୍ ଗଣନା କାର୍ଯ୍ୟ । ୧୮ଟି ଟିମରେ ୧୬୦ ଜଣ ସମ୍ପୂର୍ଣ୍ଣ ଚିଲିକାରେ ଡଲଫିନ ଗଣା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଯେଉଁଥିରେ ଚିଲିକା ବନ୍ୟପ୍ରାଣୀ ବନବିଭାଗର କର୍ମଚାରୀ, ଚିଲିକା ଉନ୍ନୟନ ବିଭାଗର କର୍ମଚାରୀ, ପରିବେଶବିତ୍ ଓ ଓୟୁଏଟି ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଚିଲିକାର ବାଲୁଗାଁ ବଡକୂଳରୁ ୧୦ଟି ଟିମ୍ ଓ ସାତପଡାରେ ୮ଟି ଟିମ୍ ଡଲଫିନ୍ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ମୋଟର ବୋଟରେ ଯାଇ ଜିପିଏସ୍ ଓ ବାଇନା କୁଲାର ସହାୟତାରେ ଗଣନା କରୁଛନ୍ତି ଡଲଫିନ୍ । ଗତବର୍ଷ ଚିଲିକାରେ ଡଲଫିନ ଗଣନା ବେଳେ ୧୬୭ଟି ଡଲଫିନ ଥିବା ଜଣାପଡିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।