You are currently viewing ଆଜିଠୁ ହକି ମହାସମର

ଆଜିଠୁ ହକି ମହାସମର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୩/୦୧, ଆଜିଠୁ ଆରମ୍ଭ ହେବ ବିଶ୍ୱକପ୍‌ହକି ମହାମୁକାବିଲା । ରାଜଧାନୀର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଏଥିପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱର ଓ ଷ୍ଟିଲ ସିଟି ରାଉରକେଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା । ଭୁବନେଶ୍ୱରରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ । ଡିସିପିଙ୍କ ନେତୃତ୍ୱରେ ୧୩ ଏଡିସିପି, ୩୩ ଏସିପି, ୬୨ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ । ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ବି ମୁତୟନ ହେବ । ଷ୍ଟାଡିୟମ ଭିତରେ ମୁତୟନ ଥିବା ପୋଲିସ ୟୁନିଫର୍ମରେ ରହିବେନି । ହକି ବିଶ୍ୱକପ ଡ୍ୟୁଟିରେ ଥିବା ପୋଲିସ ଅଫିସରମାନେ ସ୍ୱତନ୍ତ୍ର ବ୍ୟାଜ ପିନ୍ଧିବେ । ହୋଟେଲରୁ ଷ୍ଟାଡିୟମ୍‌ ଯାଏ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା । ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ବ୍ୟାପକ ସୁରକ୍ଷା । ସହର ଓ ସହରର ବାହାରୁ ଆସୁଥିବା ଦର୍ଶକଙ୍କ ପାଇଁ ରୁଟ୍‌ ଚାର୍ଟ ସହ ପାର୍କିଂ ବ୍ୟବସ୍ଥା ନେଇ ଭିଡିଓ ଫୁଟେଜ ଜାରି କରାଯାଇଛି। ସମସ୍ତ ରୁଟ୍‌କୁ ଚିହ୍ନଟ କରାଯାଇ ବିଭିନ୍ନ ଗେଟ୍‌ ସଂପର୍କରେ ସୂଚନା ଦିଆଯାଇଛି। ସୁରକ୍ଷା ପାଇଁ ୫୬ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ । ୨ ଏସ୍‌ପି, ୨୧ ଡିଏସ୍‌ପି, ୫୨ ଇନିସପେକ୍ଟର ନିୟୋଜିତ ହେବେ । ଅନ୍ୟପଟେ ଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ। ସ୍ପେନ ସହ ରହିଛି ପ୍ରଥମ ମୁକାବିଲା। ଭାରତ ହକି ବିଶ୍ୱକପ୍‌ ଚାମ୍ପିଅନ ହେବାର ସୁଯୋଗ ରହିଛି। ଏହା କହିଛନ୍ତି ଅଧିନାୟକ ହରମନପ୍ରିତ ସିଂ। ଆଜି ସଂଧ୍ୟା ୭ଟାରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ, ସ୍ପେନ୍‌ ବିପକ୍ଷରେ ଆରମ୍ଭ କରିବ । ଆଜି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସଂଧ୍ୟା ୭ଟାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍‌ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଭାରତ ମ୍ୟାଚ୍‌ ଦେଖିବାକୁ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରିବେ । ପ୍ରଥମ ଦିନରେ ନୂଆ ତିଆରି ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଇଂଲଣ୍ଡ-େଓ୍ଵଲସ୍‌ ଓ ଦ୍ୱିତୀୟ ମ୍ୟାଚରେ ଭାରତ-ସ୍ପେନ ମଧ୍ୟରେ ହେବ । ଉଦଘାଟନୀ ମ୍ୟାଚ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।