You are currently viewing ପଞ୍ଚଭୂତରେ ଲୀନ ହେଲେ ବୀର ଦେବାଶିଷ

ପଞ୍ଚଭୂତରେ ଲୀନ ହେଲେ ବୀର ଦେବାଶିଷ

  • Post category:ଓଡିଶା
  • Reading time:1 mins read

ପୁରୀ (ଏ ଏନ୍ ଏସ)୨୨/୦୪, ପଞ୍ଚଭୂତରେ ଲୀନ ହେଲା ଦେବାଶିଷଙ୍କ ପାର୍ଥିବ ଶରୀର । ଗାଁ ଶ୍ମସାନରେ ହେଲା ଶେଷକୃତ୍ୟ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତସାହିରେ ଶୋକାକୂଳ ପରିବେଶ । ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ସମ୍ପର୍ଣ୍ଣ ହେଲା ଶେଷକୃତ୍ୟ ।

ତେବେ ବୀର ପୁଅର ଶେଷ ଦର୍ଶନ ପାଇଁ ସମଗ୍ର ଅଂଚଳ ଲୋକାରଣ୍ୟ ହୋଇପଡିଛି । ଭୁବନେଶ୍ୱରରୁ ସତ୍ୟବାଦୀ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଦେବାଶିଷଙ୍କ ଶେଷ ଦର୍ଶନ କରିବା ପାଇଁ ଆସିଥିଲେ । ସାକ୍ଷୀଗୋପାଳ ନିକଟରେ ପ୍ରାୟ ୫ହଜାରରୁ ଅଧିକ ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ଅଶ୍ରୁଳ ଆଖିରେ ସମସ୍ତେ ଲଢ଼ୁଆ ପୁଅକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଦେବାଶିଷ୍ ଅମର ରହେ ନାରାରେ କମ୍ପି ଉଠିଥିଲା ସମଗ୍ର ଅଂଚଳ

ଅନ୍ୟମାନଙ୍କୁ ଜଣାନ୍ତୁ।