You are currently viewing ଆଜିଠୁ ଦୁବାଇକୁ ସିଧା ଫ୍ଲାଇଟ୍‌

ଆଜିଠୁ ଦୁବାଇକୁ ସିଧା ଫ୍ଲାଇଟ୍‌

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୫/୦୫, ଆଜିଠୁ ଦୁବାଇକୁ ସିଧା ଫ୍ଲାଇଟ୍‌ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇକୁ ଉଡିବ ବିମାନ। ସଂଧ୍ୟା ୬ଟା ୩୦ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ବିମାନ ଯାତ୍ରା ଆରମ୍ଭ କରିବ । ରାତି ୯ଟା ୪୫ରେ ଦୁବାଇରେ ପହଞ୍ଚିବ । ଭୁବନେଶ୍ୱର ବିମାନ ବନ୍ଦରରେ ଦୁବାଇ ଉଡ଼ାଣର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକଟର ଦାମ ୧୦ ହଜାର ଟଙ୍କା ରହିଛି । ଉଭୟ ଯିବା ଆସିବା ପାଇଁ ଟିକଟ ଦାମ ରହିଛି ୨୦ ହଜାର ଟଙ୍କା । ନିଜ ଉଦ୍ୟମରେ ବିଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଏହା ସେବା ଦ୍ୱାରା ସହଜରେ ଓ ସୁଲଭ ଦରରେ ଗଲ୍‌ଫ, ୟୁରୋପ ଓ ପାଶ୍ଚାତ୍ୟ ଦେଶମାନଙ୍କୁ ଓଡ଼ିଶାବାସୀଙ୍କୁ ଭ୍ରମଣର ସୁଯୋଗ ଆଣିଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ବାଟ ଫିଟାଇବ। ଓଡ଼ିଆ ଯୁବକଙ୍କ ପାଇଁ ନିଯୁକ୍ତିର ସୁଯୋଗ ଆଣିଦେବ ବୋଲି ସେ କହିଛନ୍ତି। ଓଡ଼ିଶାର ଲୋକଙ୍କ ଆଶାକୁ ପୂରଣ କରିବାକୁ ଆଜିଠୁ ଏହି ଉଡ଼ାଣ ଆରମ୍ଭ ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଅନ୍ତର୍ଜାତୀୟ ବିମାନ ସେବାକୁ ପ୍ରୋତ୍ସାହିତ କରିଛି। ସପ୍ତାହରେ ତିନି ଦିନ ଚଳାଚଳ କରିବ ଫ୍ଲାଇଟ୍‌ । ସୋମବାର, ବୁଧବାର, ଶୁକ୍ରବାର ଦୁବାଇକୁ ବିମାନ ଉଡ଼ିବ । ପର୍ଯ୍ୟଟକଙ୍କ ପସନ୍ଦର ଡେଷ୍ଟିନେସନ୍‌ ପାଲଟିଥିବା ଦୁବାଇକୁ ଯିବେ ଓଡ଼ିଶାର ବିଭିନ୍ନ ବର୍ଗର ଲୋକେ । ପ୍ରଥମ ଦିନରେ ୧୭୦ ଓଡ଼ିଆ ଯାତ୍ରୀ ଦୁବାଇ ଯାତ୍ରା କରିବେ।  ଏହି ବିମାନ ଚଳାଚଳ ଲୋକ ଓ ସଂସ୍କୃତିକୁ ଯୋଡ଼ିବା ସହ ବଜାର ଓ ନିବେଶକୁ ଅଧିକ ନିକଟତର କରିବ । ଉତ୍କଳ ଦିବସରେ ଟିକେଟ୍‌ ବିକ୍ରିର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଜୁନ୍‌ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।