You are currently viewing ଆସନ୍ତାକାଲିଠୁ ବଦଳ ହେବ ୨୦୦୦ ଟଙ୍କିଆ ନୋଟ୍

ଆସନ୍ତାକାଲିଠୁ ବଦଳ ହେବ ୨୦୦୦ ଟଙ୍କିଆ ନୋଟ୍

  • Post category:ଓଡିଶା
  • Reading time:1 mins read

ଦିଲ୍ଲୀ୨୨/୦୫, ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ୪ ମାସ ଅବଧି ରହିଛି । ତେଣୁ ଏହାକୁ ନେଇ ଲୋକମାନେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ କିମ୍ବା ବ୍ୟାଙ୍କରେ ଗହଳି କରନ୍ତୁ ନାହିଁ । ସମୟ ଦେଖି ସେପ୍ଟେମ୍ବର ୩୦ ଭିତରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରିବେ । ଆସନ୍ତାକାଲିଠୁ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟକୁ ବଦଳାଇବା ପ୍ରକ୍ରିୟା ଆରମ୍ଭ ହେଉଛି । ଏହାପୂର୍ବରୁ ନୋଟକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ବାବଦରେ ସଫେଇ ରଖିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ବ୍ୟାଙ୍କ ଗୁଡିକରେ ନୋଟ୍ ବଦଳାଇବାକୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୩୦ ପରେ ୨ ହଜାର ଟଙ୍କିଆ ନୋଟ୍ ବୈଧ ରହିବ ବୋଲି ମଧ୍ୟ ସେ କହିଛନ୍ତି । ନୋଟକୁ ଦେଖାଦେବାକୁ ସ୍ଥିତି ଉପରେ ଆରବିଆଇର କରେନ୍ସି ମ୍ୟାନେଜମେଂଟ ନଜର ରଖିଛି । ନୋଟ୍ ବଦଳାଇବା ବେଳେ କୌଣସି ତଥ୍ୟ ଦେବାକୁ ପଡିବ ନାହିଁ କିନ୍ତୁ ୫୦ ହଜାର ଟଙ୍କାରୁ ଅଧିକ ୨ ହଜାର ଟଙ୍କିଆ ନୋଟ୍ ବଦଳାଇଲେ ତଥ୍ୟ ଦେବାକୁ ହେବ ବୋଲି ଗଭର୍ଣ୍ଣର କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।