You are currently viewing ବିଜେଡି ଦଳ ଛଳନାରୁ ଆରମ୍ଭ ଛଳନାରେ ଶେଷ

ବିଜେଡି ଦଳ ଛଳନାରୁ ଆରମ୍ଭ ଛଳନାରେ ଶେଷ

ଏଏନଏସ: ରାଜ୍ୟରେ ମହାବ୍ୟାତାର ବିପତ୍ତି ପରେ ଅପ୍ରତ୍ୟାସିତ ଭାବେ ଏକ ଆଞ୍ଚଳିକ ଦଳ ଭାବେ ଆତ୍ମ ପ୍ରକାଶ କରିଥିଲା ବିଜୁ ଜନତା ଦଳ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ପଟ୍ଟ ଶିଷ୍ୟ ଥିବା ବିଜୟ ମହାପାତ୍ର, ନଳୀନ ମହାନ୍ତି,ଦିଲ୍ଲୀପ ରାୟ,ରାମକୃଷ୍ଣ ପଟ୍ଟନାୟକ,ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଅନେକ ଭେଟରାନ ଦଳ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଦଳ ପାଇଁ ସମ୍ବିଧାନ ପ୍ରଣୟନ କରିବାରେ ମୁଖ୍ୟ ପୃଷ୍ଠପୋଷକ ଥିଲେ ପଶ୍ଚିମ ଓଡିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ। ସେହି ସମୟରେ ବିଜୁ ବାବୁଙ୍କ ଦାୟାଦ ନବୀନ ପଟ୍ଟନାୟକଙ୍କୁ ଦଳର ନେତୃତ ନେବା ପାଇଁ ଅନୁରୋଧ କରାଯାଇଥିଲା। ବିଜେପିର ଲୋକପ୍ରିୟତା ଓ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଆଶୀର୍ବାଦରୁ ବିଜୁ ଜନତା ଦଳ ବିଜେପି ସହ ମିଶି ମିଳିତ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ସକ୍ଷମ ହୋଇଥିଲେ। ନବୀନ ପଟ୍ଟନାୟକଙ୍କୁ ଯେଉଁମାନେ ଆଣି ରାଜ୍ୟ ନେତୃତ ଦେବାରେ ସହଯୋଗ କରିଥିଲେ ତାଙ୍କ ମଧ୍ୟରୁ ସର୍ବାଗ୍ରେ ଥିବା ବିଜୟ ମହାପାତ୍ରଙ୍କ ପ୍ରତି ପଛରୁ ଛୁରିକା ଘାତ କରିଥିଲେ ନବୀନ ପଟ୍ଟନାୟକ ।

ସେହିଭଳି କେନ୍ଦ୍ରାପଡା ଜିଲ୍ଲାର ପାଟକୋରା ନିର୍ବାଚନ ମଣ୍ଡଳୀରୁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ବିଜୟଙ୍କୁ ଟିକେଟ ଦେଇ ଶେଷ ମୁହୁର୍ତ୍ତରେ ଦଳୀୟ ଟିକେଟରୁ ବଞ୍ଚିତ କରିଥିଲେ ନବୀନ। ଅନ୍ୟମାନଙ୍କ ପ୍ରରୋଚନାରେ ପଡି ଏଭଳି ପରିସ୍ଥିତି ସୃଷ୍ଟି କରିଥିଲେ ନବୀନ। ଯାହାଫଳରେ ଦୀର୍ଘ ୨୪ବର୍ଷ ଧରି ଲୋକପ୍ରତିନିଧି ହେବାରୁ ବଞ୍ଚିତ ହୋଇଥିଲେ ବିଜୟ ମହାପାତ୍ର । ପରବର୍ତ୍ତୀ ସମୟରେ ବିଭିନ୍ନ ଷଡଯନ୍ତ୍ର ରଚନା କରି ଓ ନିଜକୁ ସର୍ବମୟ କର୍ତ୍ତା କରାଇବା ଲକ୍ଷ୍ୟରେ ଦଳରୁ ନଳୀନ ମହାନ୍ତି, କମଳା ଦାସ, ରାମକୃଷ୍ଣ ପଟ୍ଟନାୟକ, ଦିଲ୍ଲୀପ ରାୟ ଆଦି ତୁଙ୍ଗ ନେତା ମାନଙ୍କୁ ବାହାର କରି ଦେଇଥିଲେ ନବୀନ । ପରିସ୍ଥିତି ଏଭଳି ହୋଇଥିଲା ଯେ ରାଜ୍ୟର ଅପ୍ରତିଦ୍ୱନ୍ଦି ନେତା ଥିବା ନବୀନଙ୍କୁ ଶେଷରେ ପରାଜୟର ଗ୍ଲାନି ଭୋଗିବାକୁ ପଡିଲା।

ଅତ୍ୟଧିକ କ୍ଷମତା ଲୋଭ ପାଇଁ ଜଣେ ପ୍ରଶାସକଙ୍କୁ ଦଳର ଦାୟିତ୍ୱ ଦେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ୨୦୨୪ ନିର୍ବାଚନରେ ଦଳ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି । ବିଜେଡି ସଂସଦୀୟ କ୍ଷେତ୍ରରୁ ୨୧ଗୋଟି ସିଟରୁ କୌଣସି ଗୋଟିକରେ ଜିତିବା ପାଇଁ ସକ୍ଷମ ହୋଇପାରିନାହିଁ ବିଜେଡି । ପରିସ୍ଥିତ ଏପରି ହୋଇଛି ବିଜୁ ଜନତା ଦଳର ଗଡ ଥିବା ଯାଜପୁର ଜିଲ୍ଲାରୁ ମଧ୍ୟ ଦଳ ମୂଳପୋଛ କହିଲେ ଅତ୍ୟୁକ୍ତି ହେବ ନାହିଁ। ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚନା କରିବାକୁ ଯାଉଥିବା ନବୀନ ବାବୁ ଶେଷରେ ନିଜେ ଇତିହାସ ହୋଇଯାଇଛନ୍ତି। ରାଜ୍ୟର ରାଜନୈତିକ ସମୀକ୍ଷକଙ୍କ ମତରେ ଛଳନାରୁ ଆରମ୍ଭ ହୋଇଥିବା ଦଳ ଶେଷରେ ଛଳନାରେ ହିଁ ସମାପ୍ତ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।