You are currently viewing ଆଜି ଖଳିଲାଗି ଏକାଦଶୀ : ମହାପ୍ରଭୁ ପିନ୍ଧିବେ ରକ୍ତବସ୍ତ୍ର

ଆଜି ଖଳିଲାଗି ଏକାଦଶୀ : ମହାପ୍ରଭୁ ପିନ୍ଧିବେ ରକ୍ତବସ୍ତ୍ର

  • Post category:ଓଡିଶା
  • Reading time:1 mins read

ଏଏନଏସ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ଗରା ଜଳରେ ସ୍ନାନ କରିବା ପରେ ଏବେ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି ମହାପ୍ରଭୁ । ଜ୍ୱରରେ ପୀଡିତ ଅଛନ୍ତି ମହାପ୍ରଭୁ ତାଙ୍କୁ ସୁସ୍ଥ କରିବା ଲାଗି ଦଇତାପତି ସେବକ ମାନେ ଗୁପ୍ତନୀତି ସଂପାଦନ କରୁଛନ୍ତି । ଏକବସ୍ତ୍ର ହୋଇ ଅଣସର ବାସଠାରୁ ଦଇତାପତି ସେବକମାନେ ମହାପ୍ରଭୁଙ୍କର ସେବା କରୁଛନ୍ତି । ଶ୍ରୀ ଅଙ୍ଗ ଲାଗି ପାଇଁ ବିଭିନ୍ନ ପ୍ରକାର ଚେରମୂଳିରୁ ପ୍ରସ୍ତୁତ ଔଷଧ ଯୋଗାଇ ଦେଉଛନ୍ତି । ଫୁଲୁରି ତେଲ ଓ ଓଷ ଲାଗି ପରେ ସାମାନ୍ୟ ସୁସ୍ଥ ଅନୁଭବ କରୁଛନ୍ତି ମହାପ୍ରଭୁ ।

ଏଥିସହ ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ ଅନୁଷ୍ଠିତ ହେବ । ମାନବ ଶରୀର ଭଳି ମହାପ୍ରଭୁ ଆଜି ରକ୍ତବସ୍ତ୍ର ପରିଧାନ କରିବେ । ପୂବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜି ତୁଳସୀ ଲାଗି ହେବ ।

ଅନ୍ୟପଟେ ଶ୍ରୀମନ୍ଦିରର ବୈଦମାନେ ଦଶମୂଳ ପ୍ରସ୍ତୁତ କରି ଗାରଦରେ ଦାଖଲ କରିଛନ୍ତି । ଆଜି ଏକାଦଶି ତିଥିରେ ଶ୍ରୀ ମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀ ଅଙ୍ଗ ଉପଚାର କରାଯିବ ଓ ଦଶମୂଳ ଲାଗି ହେବ । ଆଜି ଅସୁସ୍ଥ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ମୋଦକ ଲାଗିକରିବାର ବିଧି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।