You are currently viewing ଭିଜିଲାନ୍ସ ଜାଲରେ ଅବକାରୀ ଜଏଣ୍ଟ କମିଶନର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ଅବକାରୀ ଜଏଣ୍ଟ କମିଶନର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଏଏନଏସ : ଭିଜିଲାନ୍ସ ଜାଲରେ ଅବକାରୀ ଜଏଣ୍ଟ କମିଶନର। ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ତଦନ୍ତ କରୁଛି।

ଏଥିସହ ଏକସଙ୍ଗେ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍‌। ଭୁବନେଶ୍ବର, ସୋନପୁର, ବଲାଙ୍ଗିର ଘର ସମେତ ଅଫିସରେ ରେଡ୍‌ ଚାଲିଛି। ଚଢ଼ାଉରେ ୧୦ ଡିଏସ୍‌ପି ଓ ୧୫ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

 

ଅନ୍ୟମାନଙ୍କୁ ଜଣାନ୍ତୁ।