You are currently viewing ବିଷାକ୍ତ ଛତୁ ଖାଇ ୪ ଗୁରୁତର 

ବିଷାକ୍ତ ଛତୁ ଖାଇ ୪ ଗୁରୁତର 

  • Post category:ଓଡିଶା
  • Reading time:1 mins read

ଏଏନଏସ : ବିଷାକ୍ତ ଛତୁ ଖାଇ ଗୁରୁତର ହେଲେ ଗୋଟିଏ ପରିବାର। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖପୁରିପଟା ଗାଁରେ ଏହି ଘଟଣା ଘଟିଛି। ଗୋଟିଏ ପରିବାରର ୪ ଜଣ ଲୋକ ବିଷାକ୍ତ ଛତୁ ଖାଇ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମୋହନା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଗତକାଲି ଜଙ୍ଗଲରୁ ଛତୁ ଆଣି ରୋଷେଇ କରି ଖାଇଥିଲେ। ଖାଇବାର କିଛି ସମୟ ପରେ ବାନ୍ତି ହେବା ସହ ସମସ୍ତଙ୍କର ମୁଣ୍ଡ ଘୁରାଇଥିଲା। ଘରେ ପ୍ରାଥମିକ ଚିକିତ୍ସାପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର କୌଣସି ସୁଧାର ଆସି ନଥିଲା। ପରେ ସମସ୍ତଙ୍କୁ ମୋହନା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାଯାଇଛି। ବିଷାକ୍ତ ଛତୁ ଖାଇବା ଦ୍ୱାରା ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।