You are currently viewing ୧୦୦ରୁ ଅଧିକ ରେଳ ଷ୍ଟେସନରେ ଖାଦ୍ୟ ପରିବେଷଣ କରିବ ଜୋମାଟୋ, ସିଟରେ ବସି କରିପାରିବେ ଅର୍ଡର

୧୦୦ରୁ ଅଧିକ ରେଳ ଷ୍ଟେସନରେ ଖାଦ୍ୟ ପରିବେଷଣ କରିବ ଜୋମାଟୋ, ସିଟରେ ବସି କରିପାରିବେ ଅର୍ଡର

ଏଏନଏସ : ଆପଣ ଏବେ ଟ୍ରେନରେ ଯାତ୍ରା କରିବା ସମୟରେ ଅନ୍‌ଲାଇନ୍‌ ଖାଦ୍ୟ ଡେଲିଭରି ସଂସ୍ଥା ‘ଜୋମାଟୋ’ରୁ ନିଜ ମନପସନ୍ଦର ଖାଦ୍ୟ ଅର୍ଡର କରିପାରିବେ ଏବଂ ଏହାର ଡେଲିଭରି ଆପଣଙ୍କୁ ଆପଣଙ୍କ ସିଟରେ ମିଳିପାରିବ। ମୋବାଇଲ୍‌ ଆପ୍ ଜରିଆରେ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଚଳାଉଥିବା କମ୍ପାନି ଜୋମାଟୋ ଏହି ସେବା ପାଇଁ ଆଇଆରସିଟିସି ସହ ବୁଝାମଣା ସ୍ବାକ୍ଷର କରିଛି।

କଂପାନିର ଏହି ସେବା ଏବେ ଦେଶର ଅନେକ ସହରରେ ଆରମ୍ଭ ହୋଇଛି। ଜୋମାଟୋ ଅନୁଯାୟୀ ଦେଶର ୮୮ଟି ସହରରେ ଏହାର ଟ୍ରେନ୍ ଫୁଡ୍ ଡେଲିଭରି ସେବା ଉପଲବ୍ଧ ରହିଛି। ଏହି ସେବା ମାଧ୍ୟମରେ କମ୍ପାନୀ ବର୍ତ୍ତମାନ ସୁଦ୍ଧା ଦେଶର ୧୦୦ରୁ ଅଧିକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ୧୦ ଲକ୍ଷରୁ ଅଧିକ ଅର୍ଡର ପ୍ରଦାନ କରିସାରିଛି। ଏହି ସେବା ଅଧୀନରେ ରେଳ ଯାତ୍ରୀମାନେ ଯାତ୍ରା କରିବା ସମୟରେ ନିଜ ମନପସନ୍ଦର ଖାଦ୍ୟ ଅର୍ଡର କରି ପାରିବେ ଏବଂ ଏହାକୁ ନିଜ ସିଟରେ ପହଞ୍ଚାଇ ପାରିବେ।

ଜୋମାଟୋ ପକ୍ଷରୁ ଏହି ସେବାର ନାମ ‘ଜୋମାଟୋ-ଫୁଡ୍ ଡେଲିଭରି ଇନ୍ ଟ୍ରେନ୍’ ରଖାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହାର ନୂଆ ସେବା ଟ୍ରେନରେ ଯାତ୍ରା କରୁଥିବା ଗ୍ରାହକ ଏବଂ ଷ୍ଟେସନରେ ଉପସ୍ଥିତ ଥିବା ଗ୍ରାହକମାନେ ମଧ୍ୟ ପାଇପାରିବେ । ଅର୍ଥାତ୍ ଯଦି ଆପଣ କୌଣସି ଷ୍ଟେସନରେ ଟ୍ରେନ୍ କୁ ଅପେକ୍ଷା କରୁଛନ୍ତି ଏବଂ ଆପଣ ଭୋକିଲା ଅଛନ୍ତି, ତେବେ ଆପଣ ଜୋମାଟୋ ଜରିଆରେ ସେଠାରେ ନିଜ ମନପସନ୍ଦର ଖାଦ୍ୟ ଅର୍ଡର କରିପାରିବେ। ନିଜ ମନପସନ୍ଦର ଖାଦ୍ୟ ଖାଇବା ପାଇଁ ଷ୍ଟେସନରୁ ବାହାରକୁ ବାହାରିବାକୁ ପଡ଼ିବ ନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।