You are currently viewing ପ୍ରତ୍ୟାହୃତ ହେଲା ରାଘବ ଚଢାଙ୍କ ନିଲମ୍ବନ ଆଦେଶ

ପ୍ରତ୍ୟାହୃତ ହେଲା ରାଘବ ଚଢାଙ୍କ ନିଲମ୍ବନ ଆଦେଶ

ନୂଆଦିଲ୍ଲୀ: କାଲିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ଆପ୍ ରଜ୍ୟସଭା ସାଂସଦ ରାଘବ ଚଢାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଛି। ଗତ ଅଗଷ୍ଟରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନ୍‌କର ସ୍ୱାଧିକାର ଭଙ୍ଗ ଅଭିଯୋଗରେ ରାଘବଙ୍କୁ ନିଲମ୍ବନ କରିଥିଲେ।

ସୂଚନାଯୋଗ୍ୟ ସେତେବେଳେ ଏକ ପ୍ରସ୍ତାବ ଆଗତ କରିବାକୁ ରାଘବ କୁଆଡେ କେତେକ ସାଂସଦଙ୍କ ବିନା ଅନୁମତିରେ ସେମାନଙ୍କର ଦସ୍ତଖତ ଜାଲ କରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ରାଘବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବାରୁ ରାଘବ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

ଅନ୍ୟମାନଙ୍କୁ ଜଣାନ୍ତୁ।