ନୂଆଦିଲ୍ଲୀ (୧୦.୧୦.୨୨) : ଆଜି କାଲି ଆଧାର କାର୍ଡ ବିନା କୌଣସି କାମ ସମ୍ଭବ ନୁହେଁ । ଏହା ଆମ ପରିଚୟର ସବୁଠାରୁ ବଡ ଡକ୍ୟୁମେଣ୍ଟ । ତେଣୁ ଆଧାରକାର୍ଡରେ ଥିବା ଆପଣଙ୍କର ସବୁ ପରିଚୟ ଠିକ୍ ରହିବା ଆବଶ୍ୟକ । ଯଦି ଆପଣ ଆଧାରରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ ଅତି ସହଜରେ କରି ପାରିବେ । ଆପଣ ଅନଲାଇନରେ ନାମ ଠିକଣା ଅପଡେଟ କରିପାରିବେ । କିନ୍ତୁ ଏଥିପାଇଁ କିଛି ସମୟସୀମା କରାଯାଇଛି । ଦେଶର କୌଣସି ବି ନାଗରିକଙ୍କୁ ତାଙ୍କ ପୁରା ଜୀବନ ମଧ୍ୟରେ କେବଳ ଗୋଟିଏ ଥର ହିଁ ଆଧାର ନମ୍ବର ଦିଆଯାଇଥାଏ । ଏହାକୁ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଜାରି କରିଥାଏ । ଆଧାରକାର୍ଡରେ ୧୨ ଅଂକ ବିଶିଷ୍ଠ ଏକ ସଂଖ୍ୟା ଥାଏ ଯେଉଁଥିରେ ନାଗରିକର ସମସ୍ତ ତଥ୍ୟ ରହିଥାଏ । ଆଧାର ତିଆରି ବେଳେ ଯଦି କିଛି ତଥ୍ୟ ଭୁଲ ହୋଇଯାଏ,ଏହାକୁ ପରେ ସଂଶୋଧନ କରାଯାଇପାରେ । UIDAI ର କୌଣସି ଆଧାରକାର୍ଡ ଧାରୀଙ୍କ ଠିକଣା ବଦଳାଇବା ପାଇଁ ଏକ ସମୟସୀମା ସ୍ଥିର କରାଯାଇଛି । ଆଧାରକାର୍ଡ ଧାରୀ ଜୀବନକାଳ ମଧ୍ୟରେ କେବଳ ଦୁଇଥର ନିଜର ନାମ ବଦଳାଇ ପାରିବେ । ଏହାସହ ଆଧାର କାର୍ଡରେ କେବଳ ଥରେ ନିଜର ଜନ୍ମ ତାରିଖ ବଦଳାଇ ପାରିବେ । ଆଧାର ଡାଟାରେ ଆପଣ ବାରମ୍ବାର ଆପଣଙ୍କ ନାମ ବଦଳାଇ ପାରିବେ ନାହିଁ । ସେହିପରି ପୁରା ଜୀବନକାଳରେ ଆପଣ ଆଧାର କାର୍ଡରେ କେବଳ ଗୋଟିଏ ଥର ଲିଙ୍ଗ ପରିବର୍ତ୍ତନ କରିପାରିବେ ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା