You are currently viewing ସାହାରା ଗ୍ରୁପ ଅଧ୍ୟକ୍ଷ ସୁବ୍ରତ ରାୟଙ୍କ ପରଲୋକ 

ସାହାରା ଗ୍ରୁପ ଅଧ୍ୟକ୍ଷ ସୁବ୍ରତ ରାୟଙ୍କ ପରଲୋକ 

ନୂଆଦିଲ୍ଲୀ: ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ସାହାରା ଇଣ୍ଡିଆର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ ଘଟିଛି। ତେବେ ଗତକାଲି ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ତାଙ୍କର ମୁମ୍ବାଇରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।

ତେବେ ସୂଚନା ଥାଉ କି, ରାୟ ୨୦୦୨ରେ ବିଜିନେସମେନ୍ ଅଫ୍ ଦି ଇୟର ପୁରସ୍କାର ପାଇଥିଲେ। ସେହିପରି ବିଶିଷ୍ଟ ରାଷ୍ଟ୍ରୀୟ ଉଡାନ ସମ୍ମାନ (୨୦୧୦), ରୋଟାରୀ ଇଣ୍ଟରନ୍ୟାସନାଲ ପକ୍ଷରୁ ଧନ୍ଦାମୂଳକ ଉତ୍କର୍ଷ ପୁରସ୍କାର (୨୦୧୦), କର୍ମବୀର ସମ୍ମାନ (୧୯୯୫), ଉଦ୍ୟମ ଶ୍ରୀ (୧୯୯୪), ବାବା-ଇ-ରୋଜଗାର ପୁରସ୍କାର (୧୯୯୨) ଏବଂ ୨୦୦୧ରେ ଜାତୀୟ ନାଗରିକ ପୁରସ୍କାର ପାଇଥିଲେ। ୨୦୧୨ରେ ରୟ ଭାରତର ୧୦ ପ୍ରଭାବଶାଳୀ ବ୍ୟବସାୟୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।