aso

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ 

ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ଏଣିକି ଓଡ଼ିଶା ହାଇକୋର୍ଟ ଓ କଟକ ଆସିଷ୍ଟାଣ୍ଟ ସିଲେକସନ୍ (ASO) ଅଫିସର ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ଜାଣନ୍ତୁ କେମିତି କରିବେ ଆବେଦନ

ଆଗ୍ରହୀ ପ୍ରାର୍ଥୀମାନେ ASOର ଅଫିସିଆଲ ୱେବସାଇଟ www.orissahightcourt.nic.inକୁ ଯାଇ career and recruitment ଉପରେ କ୍ଲିକ୍ କରନ୍ତୁ । ଏହାପରେ ସଠିକ୍ ବିବରଣୀ ପ୍ରଦାନ କରି ପଞ୍ଜୀକରଣ କରନ୍ତୁ । ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ଼ କରି ସବମିଟ୍ ବଟନ ଉପରେ କ୍ଲିକ୍ କରନ୍ତୁ ।

ଆବେଦନ ତାରିଖ:

ଅନଲାଇନ ଆବେଦନ ତାରିଖ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇ ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।

ଶିକ୍ଷାଗତ ଯୋଗ୍ୟତା:

ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ (କଳା / ବିଜ୍ଞାନ / ବାଣିଜ୍ୟ) କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ ।

ବୟସ:

ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୩୭ ବର୍ଷ ରଖାଯାଇଛି । ମନେ ରଖନ୍ତୁ, ବୟସ ଗଣନା ୦୨ ନଭେମ୍ବର ୨୦୨୩ ଅନୁସାରେ ହେବ । କିନ୍ତୁ ଓବିସିଙ୍କ ପାଇଁ ୩ ବର୍ଷ, ST/SC/PWD/Ex- Servicemenଙ୍କ ପାଇଁ ୫ ବର୍ଷ , PWD+SC+STଙ୍କ ପାଇଁ ୧୫ ବର୍ଷ ବୟସ ସୀମା କୋହଳ କରାଯାଇଛି ।

ଦରମା:

ସର୍ବନିମ୍ନ ମାସିକ ଦରମା ୩୫,୪୦୦ଟଙ୍କା ରହିଥିବା ବେଳେ ସର୍ବାଧିକ ମାସିକ ଦରମା ୧,୧୨,୪୦୦ ଟଙ୍କା ରହିଛି ।

ଚୟନ ପ୍ରକ୍ରିୟା:

1-ଲିଖିତ ପରୀକ୍ଷା

2-କମ୍ପ୍ୟୁଟର ଦକ୍ଷତା ପରୀକ୍ଷା

3- ସାକ୍ଷାତକାର

ଜରୁରୀ ଡକ୍ୟୁମେଣ୍ଟ:

ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର

ଜନ୍ମ ତାରିଖ ପ୍ରମାଣପତ୍ର

ଦୁଇଟି ପାସପୋର୍ଟ ସାଇଜ ଫଟୋ

ଜାତି ପ୍ରମାଣପତ୍ର

ଅଭିଜ୍ଞତା ପ୍ରମାଣପତ୍ର

କ୍ୟାରେକ୍ଟର ସାର୍ଟିଫିକେଟ୍

 

ଅନ୍ୟମାନଙ୍କୁ ଜଣାନ୍ତୁ।