reliance card

ଗ୍ରାହକଙ୍କ ପାଇଁ ଖୁସି ଖବର: ଲଞ୍ଚ ହେବ ‘ରିଲାଏନ୍ସ ଏସ୍‌ବିଆଇ କାର୍ଡ’ 

ଏଏନଏସ: ରିଲାଏନ୍ସ ରିଟେଲ ଏବଂ ଏସ୍‌ବିଆଇ କାର୍ଡ ପକ୍ଷରୁ ମିଳିତ ଭାବେ ‘ରିଲାଏନ୍ସ ଏସ୍‌ବିଆଇ କାର୍ଡ’ କ୍ରେଡିଟ୍‌ କାର୍ଡ ଲଞ୍ଚ ହେବାକୁ ଯାଉଛି। ଏହି କାର୍ଡଧାରୀମାନେ ଫ୍ୟାଶନ୍‌, ଲାଇଫ୍‌ ଷ୍ଟାଇଲ୍‌, ଗ୍ରୋସେରୀ, ଫାର୍ମା, ଫର୍ନିଚର, ଗହଣା ଆଦି କିଣାକିଣିଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ରରେ ଉପଯୋଗ କରି ଲାଭାନ୍ବିତ ହୋଇପାରିବେ। ତେବେ ଉଭୟ ଏସବିଆଇ କାର୍ଡ ଓ ରିଲାଏନ୍ସ ସହଭାଗିତାରେ ରିଲାଏନ୍ସ ଏସ୍‌ବିଆଇ କାର୍ଡ ଓ ରିଲାଏନ୍ସ କାର୍ଡ ପ୍ରାଇମ୍‌ ପୃଥକ୍‌ ପୃଥକ୍‌ ଭାବେ ପ୍ରସ୍ତୁତ କରାଯାଇଛି। ରିଲାଏନ୍ସ ଏସ୍‌ବିଆଇ କାର୍ଡ ପ୍ରାଇମ ପାଇଁ ବାର୍ଷିକ ନବୀକରଣ ଶୁଳ୍କ ୨୯୯୯ଟଙ୍କା ସହ ଟ୍ୟାକ୍ସ ଏବଂ ରିଲାଏନ୍ସ ଏସ୍‌ବିଆଇ କାର୍ଡ ପାଇଁ ବାର୍ଷିକ ନବୀକରଣ ଶୁଳ୍କ ୪୯୯ ଟଙ୍କା ରହିଛି।

ଏହି ଅବସରରେ ରିଲାଏନ୍ସ ରିଟେଲ ଲିମିଟେଡ୍‌ର ନିର୍ଦ୍ଦେଶକ ଭି. ସୁବ୍ରମନିୟମ କହିଛନ୍ତି, ଶପିଂ କ୍ଷେତ୍ରରେ ଗ୍ରାହକଙ୍କୁ ସ୍ବତନ୍ତ୍ର ଅନୁଭୂତି ଦେବା ପାଇଁ ରିଲାଏନ୍ସ ରିଟେଲ ସର୍ବଦା ପ୍ରୟାସ କରି ଆସିଥାଏ। ଗ୍ରାହକଙ୍କୁ ଅଧିକ ସୁବିଧା ପ୍ରଦାନ ପାଇଁ ଏହି କାର୍ଡ ମାଧ୍ୟମରେ ରିଲାଏନ୍ସ ରିଟେଲ ଆଉ ପାଦେ ଆଗେଇଥିବା ସୁବ୍ରମନିୟମ୍‌ କହିଛନ୍ତି। ସେହିପରି ଏସ୍‌ବିଆଇ କାର୍ଡର ପରିଚାଳନା ନିର୍ଦ୍ଦେଶକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଜିତ ଚକ୍ରବର୍ତ୍ତୀ କହିଛନ୍ତି ଯେ, ରିଲାଏନ୍ସ ଏସ୍‌ବିଆଇ କାର୍ଡକୁ ଏକ ସାମଗ୍ରିକ ଉତ୍ପାଦ ଭାବରେ ବିକଶିତ କରାଯାଇଛି । ଏହା ସର୍ବଭାରତୀୟ ସ୍ତରରେ ଏକ ଲୋକପ୍ରିୟ କ୍ରେଡିଟ୍‌ କାର୍ଡ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।