ବଦଳିଲା ଏସ୍‌ବିଆଇ ଏଟିଏମରୁ ପଇସା ବାହାର କରିବା ନିୟମ

ଯଦି ଆପଣ ଦେଶର ସବୁଠୁ ବଡ ବ୍ୟାଙ୍କର ଗ୍ରାହକ ତେବେ ଜାଣିରଖନ୍ତୁ ଏହି ଖବର । ୧୮ ଡିସେମ୍ବରରୁ ଏସ୍‌ବିଆଇର ଏଟିଏମ୍‌ରୁ ପଇସା ବାହାର କରିବା ନିୟମ ବଦଳି ଯାଇଛି । ଆସନ୍ତୁ ଜାଣିବା ନୂଆ ନିୟମ ବିଷୟରେ…
ଏସ୍‌ବିଆଇ ୧୦,୦୦୦ରୁ ଅଧିକ ଏଟିଏମ୍ କାରବାର ପାଇଁ ଓଟିପି ଆଧାରିତ ନଗଦ ପ୍ରତ୍ୟାହାର ପରିସରକୁ ବୃଦ୍ଧି କରିଛି । ବ୍ୟାଙ୍କର ଏହି ସୁବିଧା ଆଜିଠାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ଆମେ ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ଜାନୁୟାରୀ ମାସରେ ବ୍ୟାଙ୍କ ସକାଳ ୮ ଟାରୁ ରାତି ୮ ଟା ମଧ୍ୟରେ ଏଟିଏମରେ ୧୦,୦୦୦ ରୁ ଅଧିକ କାରବାର ପାଇଁ ଓଟିପି ଆଧାରିତ ପ୍ରତ୍ୟାହାର ସୁବିଧା ଆରମ୍ଭ କରିଥିଲା।

ବ୍ୟାଙ୍କ ଅନୁଯାୟୀ, ୨୪ ଘଣ୍ଟିଆ ଓଟିପି ଆଧାରିତ ଏଟିଏମ୍ ପ୍ରତ୍ୟାହାର ସୁବିଧା ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବ। ଏହି ସୁବିଧା ଏସ୍‌ବିଆଇ ଡେବିଟ୍ କାର୍ଡଧାରମାନଙ୍କୁ ଠକାମିରୁ ରକ୍ଷା କରିବାରେ ସାହାଯ୍ୟ କରିବ । ଏହା ସହିତ ଏସବିଆଇ ଏହାର ସମସ୍ତ ଗ୍ରାହକଙ୍କୁ ମୋବାଇଲ୍ ନମ୍ବର ପଞ୍ଜିକରଣ କିମ୍ବା ଅପଡେଟ୍ କରିବାକୁ ଅନୁରୋଧ କରିଛି। ଏହାର ଅର୍ଥ ହେଉଛି ଯଦି ଆପଣ ଏକ ସୁରକ୍ଷିତ କାରବାର ଚାହୁଁଛନ୍ତି, ତେବେ ପଞ୍ଜିକରଣ କରାଇନିଅନ୍ତୁ ।

Leave A Reply

Your email address will not be published.