You are currently viewing ମାର୍କ ଜୁକରବର୍ଗଙ୍କୁ ଝଟକା

ମାର୍କ ଜୁକରବର୍ଗଙ୍କୁ ଝଟକା

ନୂଆଦିଲ୍ଲୀ (୧୩.୧୦.୨୨) : ମେଟା ସଞ୍ଚାଳିତ ଫେସବୁକର ଅନେକ ୟୁଜର ହରାଉଥିବା ଅଭିଯୋଗ ହୋଇଛି । ମେଟାର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମାର୍କ ଜୁକରବର୍ଗ ୧୧.୯ କୋଟିରୁ ଅଧିକ ଫଲୋଅର୍ଶଙ୍କୁ ହରାଇଛି । ଫଳରେ ଅନେକ ଫଲୋଅର୍ସଙ୍କ ସଂଖ୍ୟା ୧୦ ହଜାର ରୁ କମ ରହିଛି ।

ବାଂଲାଦେଶୀ ଲେଖକ ତସ୍କିମା ନସରିନ ଏକ ଟ୍ୱିଟ ପୋଷ୍ଟରେ ‘ଫେସବୁକରେ ସୁନାମୀ ସୃଷ୍ଟି ହୋଇଥିବା ଓ ମୋର ପାଖାପାଖି ୯ ଲକ୍ଷ ଫଲୋଅର୍ସ ସମାପ୍ତ କରିଦେଇଥିବା ଉଲ୍ଲେଖ କରିଛନ୍ତି । ଏବେ ତାଙ୍କ ପେଜ୍‌ରେ ପାଖାପାଖି ୯ ହଜାର ଫଲୋର୍ସ ଅଛନ୍ତି । ତେବେ ଏ ସମ୍ପର୍କରେ ମେଟା ମୁଖପାତ୍ରଙ୍କ ସହ ସମ୍ପର୍କ କରାଯିବାରେ ଏପରି କିଛି ବିସଙ୍ଗତି ସୃଷ୍ଟି ହୋଇ ନଥିବା ସେ ସ୍ୱୀକାର କରିଛନ୍ତି ।

କିଛି ଲୋକ ସେମାନଙ୍କ ଫେସବୁକ ପେଜରେ ଏପରି ଅନଫ୍ରେଣ୍ଡ ଦେଖୁ ଥିବା ଅଭିଯୋଗ କରୁଥିବା ମୁଖପାତ୍ର କହିଛନ୍ତି । ତେବେ ଏହି ସମସ୍ୟା ଲାଗି ସେ କ୍ଷୋଭ ପ୍ରକାଶ କରିଥିବା ବେଳେ ଟଥା ଶ୍ରୀଘ୍ର ସ୍ୱାଭାବିକ ହୋଇପାରେ ବୋଲି ସେ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।