You are currently viewing ଟିସିଏସ୍‌-ଇନ୍‌ଫୋସିସ୍‌ ପରେ ଏବେ କର୍ମଚାରୀଙ୍କୁ ଅଫିସ ଡାକିଲା ଓ୍ବିପ୍ରୋ

ଟିସିଏସ୍‌-ଇନ୍‌ଫୋସିସ୍‌ ପରେ ଏବେ କର୍ମଚାରୀଙ୍କୁ ଅଫିସ ଡାକିଲା ଓ୍ବିପ୍ରୋ

ନୂଆଦିଲ୍ଲୀ: ଭାରତର ଶୀର୍ଷ ସଫ୍ଟଓ୍ବେର କମ୍ପାନୀ ମଧ୍ୟରେ ଥିବା ‘ଓ୍ବିପ୍ରୋ’ ଏବେ ତାହାର କର୍ମଚାରୀଙ୍କ ଲାଗି ହାଇବ୍ରିଡ୍‌ ଓ୍ବାର୍କ ପଲିସି ଆରମ୍ଭ କରିଛି। ଏହି ନୂଆ ନିୟମ ଅନୁଯାୟୀ, କମ୍ପାନୀର କର୍ମଚାରୀଙ୍କୁ ବର୍ତ୍ତମାନ ପ୍ରତି ସପ୍ତାହରେ ଅତିକମ୍‌ରେ ୩ ଦିନ ଅଫିସରୁ କାମ କରିବାକୁ ହେବ। ଯଦି କୌଣସି କର୍ମଚାରୀ ନିୟମ ପାଳନ ନ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ଏହି ନିୟମ ଆସନ୍ତା ୧୫ ନଭେମ୍ବରରୁ ଲାଗୁ ହେବକୁ ଯାଉଛି।

ଟିସିଏସ୍‌ ଏବଂ ଇନ୍‌ଫୋସିସ୍‌ ସହ ପ୍ରମୁଖ ଆଇଟି କମ୍ପାନୀ ମଧ୍ୟରେ ବଢ଼ୁଥିବା ଟ୍ରେଣ୍ଡକୁ ନଜରରେ ରଖି ଓ୍ବିପ୍ରୋ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।