You are currently viewing ହଷ୍ଟେଲ୍‌ରେ ରାଗିଙ୍ଗ; ବହିଷ୍କୃତ ହେଲେ ୧୦ ଏମ୍‌ବିବିଏସ୍‌ ଛାତ୍ର

ହଷ୍ଟେଲ୍‌ରେ ରାଗିଙ୍ଗ; ବହିଷ୍କୃତ ହେଲେ ୧୦ ଏମ୍‌ବିବିଏସ୍‌ ଛାତ୍ର

  • Post category:ଅପରାଧ
  • Reading time:1 mins read

ହଲ୍‌ଦ୍‌ୱାନୀ: ରାଗିଙ୍ଗ୍‌ରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉତ୍ତରାଖଣ୍ଡ ହଲ୍‌ଦ୍‌ୱାନୀସ୍ଥିତ ସରକାରୀ ଡାକ୍ତରୀ ମହାବିଦ୍ୟାଳୟ ପ୍ରଶାସନ ୧୦ଜଣ ଛାତ୍ରଙ୍କୁ ହଷ୍ଟେଲ୍‌ରୁ ବହି‌ଷ୍କାର କରିଛି। ଏଥି ସହିତ ସେମାନେ ଏକ ସପ୍ତାହ ପର୍ଯ୍ୟନ୍ତ କ୍ଲାସ୍‌କୁ ଯାଇ ପାରିବେ ନାହିଁ ବୋଲି ମଧ୍ୟ କଲେଜ ପ୍ରଶାସନ ଆଦେଶ ଦେଇଛି। 

ମହାବିଦ୍ୟାଳୟ ଅଧିକାରୀମାନେ କହିଛନ୍ତି ଯେ ଦ୍ଵିତୀୟ ବାର୍ଷିକୀ ହଷ୍ଟେଲ୍‌ରେ ଜୁନିୟର୍‌ ଶିକ୍ଷାର୍ଥୀଙ୍କୁ ରାଗିଙ୍ଗ୍‌ କରାଯାଉଥିବା ସୂଚନା ପାଇବା ମାତ୍ରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେବଳ ସେତିକି ନୁହେଁ  ଅଧ୍ୟକ୍ଷ ଡାକ୍ତର ଅରୁଣ ଯୋଶୀ କହିଛନ୍ତି ଯେ, ୧୦ ଅଭିଯୁକ୍ତ ଛାତ୍ରଙ୍କ ଉପରେ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି । ରାଗିଙ୍ଗ୍‌ ବିଷୟରେ ଜଣେ ପ୍ରହରୀ ମହାବିଦ୍ୟାଳୟ ପ୍ରଶାସନକୁ ସୂଚନା ଦେବା ପରେ ଶୃଙ୍ଖଳାଗତ କମିଟି ତୁରନ୍ତ ବୈଠକ ଡାକିଥିଲା। ଏହା ପରେ ‘ଆଣ୍ଟି-ରାଗିଙ୍ଗ୍‌ କମିଟି’ ବୈଠକ ମଧ୍ୟ ବସିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।