You are currently viewing ନେତାଙ୍କୁ ବ୍ଲାକମେଲିଂ

ନେତାଙ୍କୁ ବ୍ଲାକମେଲିଂ

  • Post category:ଅପରାଧ
  • Reading time:1 mins read

ଭୁବନେଶ୍ୱର(୭.୧୦.୨୨) : ରାଜନେତାଙ୍କ ସହ ଫେସବୁକ୍‌ରେ ସମ୍ପର୍କ ପରେ ଫୋନରେ ପ୍ରେମାଳାପ । ଏହା ପରେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ସୁଟିଂ କରି ବ୍ଲାକମେଲ କରି ଟଙ୍କା ଆଦାୟ । ଏପରି କରୁଥିବା ଜଣେ ମହିଳାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସେହି ବ୍ଲାକମେଲର ମହିଳା ଜଣଙ୍କ ନାଁ ହେଉଛି ଅର୍ଚ୍ଚନା ନାୟକ । ତାଙ୍କ ଠାରୁ ପୋଲିସ ୨ଟି ପେନଡ୍ରାଇଭ ଓ ୨ଟି ମୋବାଇଲ ଜବତ କରିଛି । ସେ ପେନ ଡ୍ରାଇଭରେ ନେତା, ପୂର୍ବତନ ମନ୍ତ୍ରୀ, ବ୍ୟବସାୟୀ, ପୋଲିସ ଓ ବିଲ୍ଡରଙ୍କ ବହୁ ଅଶ୍ଳୀଳ ଫଟୋ ରଖିଥିବା ପୋଲିସ ସୂଚନା ଦେଇଛି । ତେବେ ଆଜି ସେହି ମହିଳାଙ୍କୁ ପୋଲିସ କୋର୍ଟ ଚାଲାଣ କରିବ । ପୋଲିସର ସୂଚନା ଅନୁସାରେ ଅର୍ଚ୍ଚନାଙ୍କ ସ୍ୱାମୀ ବ୍ୟବସାୟ କରନ୍ତି । ଅର୍ଚ୍ଚନା ନିଜକୁ ଓକିଲ ଓ ରାଜନୈତିକ ଦଳର ସଦସ୍ୟା ବୋଲି ପରିଚୟ ଦେଉଥିଲେ । ତେବେ ସେ ନେତା,ମନ୍ତ୍ରୀ,ବ୍ୟବସାୟୀ, ପୋଲିସ କର୍ମଚାରୀଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଥିଲେ । ସୋସିଆଲ ମିଡିଆରେ ବନ୍ଧୁ ହେଲା ପରେ ଫୋନ ନମ୍ବର ମାଗି କଥା ହେଉଥିଲେ । ପ୍ରେମରେ ଯିଏ ଫସୁଥିଲା ତାଙ୍କୁ ଅର୍ଚ୍ଚନା ଘରକୁ ଡାକୁଥିଲେ । ଏହା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭିଡିଓ ରେକର୍ଡ ହେଉଥିଲା । ଏହାକୁ ଦେଖାଇ ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିଲେ । ୨୦୨୧ରେ ଜଣେ ପୂର୍ବତନ ନେତା ଏହି ବ୍ଲାକମେଲର ଶିକାର ହୋଇଥିଲେ । ଯାହା ଫଳରେ ତାଙ୍କୁ ୫୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ସେ ଟଙ୍କା ନ ଦେବାରୁ ଅର୍ଚ୍ଚନା ମହିଳା ଥାନାରେ ବଳତ୍କାର ଅଭିଯୋଗ ଆଣିଥିଲେ । ଏହା ପରେ ଗତ ମେ ମାସରେ ସେ ଜଣେ ଓଡିଆ ଫିଲ୍ମ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରି ତାଙ୍କୁ ୨୦ ଲକ୍ଷ ଟଙ୍କା ମାଗିଥିଲେ । ସେ ଟଙ୍କା ନ ଦେବାରୁ ମହିଳା ଜଣଙ୍କ ଖଣ୍ଡଗିରିଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପ୍ରଯୋଜକ ତାଙ୍କୁ ଟଙ୍କା ଦେଇଥିଲେ । ଏହା ପରେ ପ୍ରଯୋଜକ ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲାର ତଦନ୍ତ କରିଥିଲା । କିଛି ଦିନ ପୂର୍ବରୁ ନୂଆପଲ୍ଲୀ ଥାନାରେ ଅନ୍ୟ ଜଣେ ବରିଷ୍ଠ ପ୍ରଯୋଜକ ଅର୍ଚ୍ଚନା ନାଁରେ ଏତଲା ଦେଇଥିଲେ । ସେ ଏତଲାରେ ଦର୍ଶାଇ ଥିଲେ ଅର୍ଚ୍ଚନା ଓ ଅନ୍ୟ କିଛି ବ୍ୟକ୍ତି ତାଙ୍କୁ ବ୍ଲାକମେଲିଂ କରି ୩ କୋଟି ଟଙ୍କା ମାଗୁଛନ୍ତି । ତେବେ ଏହି ସବୁ ଘଟଣାରେ ଗତ କାଲି ପୋଲିସକୁ ସଫଳତା ମିଳିଛି । ପୋଲିସ ଅର୍ଚ୍ଚନାକୁ ବିଳମ୍ବିତ ରରାତିରେ ଗିରଫ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।